ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଠକେଇର ଶିକାର ହେଉଛନ୍ତି ସାଧାରଣ ଜନତା

ନୂଆଦିଲ୍ଲୀ;୩୧/୦୮(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଅନେକ ସାଇବର କ୍ରାଇମ ଧୀରେ ଧୀରେ ସାମ୍ନାକୁ ଆସୁଛି। ସରକାରୀ ଯୋଜନା ନାଁରେ ଠକେଇ ବଢ଼ି ଚାଲିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋକଙ୍କୁ କମ୍ ସୁଧରେ ଋଣ ଦେବାକୁ କହି ଲୋକଙ୍କୁ ଠକୁଥିବା ୧୩ ଜଣ ଠକଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ସାଇବର ସେଲ୍। ରାଜଧାନୀର ରୋହଣୀ ଠାରେ ଏହି ଠକମାନଙ୍କୁ ଗିରଫ କରାଯାଇଛି।ଗିରଫମାନଙ୍କ ମଧ୍ୟରୁ ୧୧ ଜଣ ମହିଳା ଏବଂ ଜଣେ ଯୁବକ ରହିଛି। ଠକ ସଂସ୍ଥାର ମୁଖ୍ୟ କାରପଟଦାର ଦୀପକ ସାଇନିକୁ ମଧ୍ୟ ଗିରଫ କରିଛି ପୁଲିସ୍। ଗିରଫଙ୍କ ଘର ବିଶ୍ରାମ ଚୌକ ନିକଟସ୍ଥ ନାଙ୍ଗ୍ଲୋଇର ଚଜ୍ଜୁ ରାମ କଲୋନୀରେ। ଗିରଫମାନଙ୍କ ଠାରୁ ଗୋଟେ ଏଚ୍‌ପି ଲ୍ୟାପଟପ୍, ୨୯ ଟି ମୋବାଇଲ୍ ଫୋନ, ଗୋଟିଏ ଲିନୋଭ ଟ୍ୟାବଲେଟ୍ ଏବଂ ଗ୍ରାହକଙ୍କୁ ସବିଶେଷ ତଥ୍ୟ ଲେଖାଯାଉଥିବା ଏକ ରେଜି୍ଷ୍ଟର, ଅର୍ଡର ବୁକ, ୱାଇ-ଫାଇ ଡଙ୍ଗଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଘଟଣା ସ୍ଥଳରୁ ଜବତ କରାଯାଇଥିବା ସୂଚନା ମିଳିଛି। ବରିଷ୍ଠ ପୁଲିସ ଅଫିସରଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣା ସ୍ଥଳରେ ପରିଚାଳିତ ହେଉଥିବା ଫେକ୍ କଲ୍ ସେଣ୍ଟର ବିଷୟରେ ପୁଲିସ ଅବଗତ ହୋଇଥିଲା। ଏହାପରେ ରୋହିଣୀରେ ନକଲି କଲ୍‌ ସେଣ୍ଟରରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୁଲିସ୍। ସଂସ୍ଥାର ମ୍ୟାନେଜରକୁ ଗିରଫ କରିବା ସହତି ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏଥି ସହ ଓଡ଼ିଶାରେ ମଧ୍ୟ ଏଭଳି କିଛି ତଥ୍ୟ ସାମ୍ନାକୁ ଆସୁଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଠକେଇ ନାଁରେ। ଓଡ଼ିଶାର କେତକ ଲୋକଙ୍କ ପାଖକୁ 8276022929 ନମ୍ବରରୁ କଲ ଆସୁଥିବା ସୂଚନା ମିଳିଛି ଆଉ ସେହି କଲ କଲିକତାରୁ ଆସୁଥିବା କୁହାଯାଉଛି । ଏଭଳି ଅନେକ ଅଜଣା କଲର ଶିକାର ହେଉଛନ୍ତି ଜନତା । ମୁଦ୍ରା ଫାଇନାନ୍ସ ନାମରେ ହ୍ଵାଟ୍ସଆପ ରେ ନାମକୁ ରଖି ଫୋନ କିମ୍ବା ହ୍ଵାଟ୍ସଆପ ଜରିଆରେ ଲୋକଙ୍କୁ ଫସାଉଛନ୍ତି।ଆଉ ମୁଦ୍ରା ଫାଇନାନ୍ସ ସରକାରୀ ଯୋଜନା କହି ଆଡ଼ଭାନ୍ସ ମାଗୁଛନ୍ତି କହୁଛନ୍ତି ପ୍ରୋସେସିଂ ଚାର୍ଜ ଦିଅନ୍ତୁ ଟଙ୍କା ନିଅନ୍ତୁ ଯଦି ଟଙ୍କା କେହି ଦେଉଛନ୍ତି ତାପରେ ନମ୍ବରକୁ ରିଜେକ୍ଟ ଲିଷ୍ଟ ରେ ପକାଇଦେଉଛନ୍ତି। ଏଥି ପ୍ରତି ଓଡ଼ିଶା ସରକାର ମଧ୍ୟ ଧ୍ୟାନ ଦେବା ଦରକାର ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close