ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଦୀପ ପାଣିଗ୍ରାହୀଙ୍କ ହୃଦ୍‌ଘାତରେ ବିୟୋଗ

ହିନ୍ଦୋଳ, ୨୯/୯: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳର ଚିତଳପୁର ନିବାସୀ ତଥା ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ହୃଦ୍‌ଘାତରେ ୬୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ରାଜ୍ୟ ତଥା ଦେଶରେ ହୃଦ୍‌ଘାତ ଜନିତ ମୃତ୍ୟୁ ସଂଖ୍ୟା ଏହି କିଛି ଦିନ ହେଲା ବଢ଼ି ବଢ଼ି ଚାଲିଛି ଓ ଏଥିରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଏଥିନେଇ ଆଶଙ୍କା ଦେଖାଦେଇଛି ।
          ସୂଚନାଯୋଗ୍ୟ, ୰ ଶ୍ରୀ ପାଣିଗ୍ରାହୀ ସେନା ବିଭାଗରେ ସିଗ୍‌ନାଲ ଅଧିକାରୀ ଭାବେ କାର୍ଯ୍ୟ କରି ଊତରପ୍ରଦେଶର ମଥୁରାରୁ ତା. ୦୧.୦୧.୧୯୯୫ରେ ଅବସର ଗ୍ରହଣ କରି ନିଜ ଗ୍ରାମ ଚିତଳପୁରରେ ରହୁଥିଲେ । ସେ ଗ୍ରାମର ବହୁ ସାମାଜିକ ଓ ଧାର୍ମିକ ଅନୁଷ୍ଠାନରେ ସାମିଲ ହୋଇ ସମାଜସେବାରେ ବ୍ରତୀ ଥିଲେ । ସେ ଜଣେ ପରୋପକାରୀ ଓ ଅମାୟିକ ବ୍ୟକ୍ତି ଥିଲେ । ଜଣେ କର୍ତବ୍ୟବାନ ବ୍ୟକ୍ତି ଭାବେ ସେ ସବୁ ବେଳେ କର୍ମତତ୍ପର ରହି କିଛି କରିବାକୁ ଚାହୁଁଥିଲେ । ତାଙ୍କରି ପ୍ରଚେଷ୍ଟାରେ ଗ୍ରାମରେ ପ୍ରଭୂ ଧବଳେଶ୍ୱରଙ୍କ ମନ୍ଦିର ସ୍ଥାପିତ ହୋଇ ପୂଜା ପାଉଛନ୍ତି । ସେ ଜୀବନର ଶେଷ ପର୍ଯ୍ୟନ୍ତ ପରୋପକାର ଓ ସାମାଜିକ କାର୍ଯ୍ୟରେ ଲିପ୍ତ ରହି ସକ୍ରିୟ ଥିଲେ । ହେଲେ ଅଚାନକ ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳାଇ ଦେଇଛି । ତାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷଙ୍କ ଶୋକ ବ୍ୟକ୍ତ କରିବା ସହ ସହ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କର ସହଧର୍ମୀଣି ଉମାରାଣୀ ପାଣିଗ୍ରାହୀ, ପୁତ୍ର ସନ୍ଦୀପ୍ ଓ ପୁତ୍ରବଧୂ ବିପ୍‌ଶା, ଝିଅ ନୀଲମ, ଜ୍ୱାଇଁ ମିଲନ କୁମାର, ନାତି ନମନ, ଶ୍ରୀମନ ଓ ଅଂଶ ଓ ୩ ଭାଇ ପ୍ରକାଶ, ସିଦ୍ଧେଶ୍ୱର ଓ ସୈାମିତ୍ର ପ୍ରଭୃତିଙ୍କୁ ଛାଡି ସେ ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ପୁତ୍ର ବିଦେଶରେ ଅବସ୍ଥାନ କରନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close