ଶ୍ରୀ ଶ୍ରୀ ରାଧାବଲ୍ଲଭ ଆଶ୍ରମରେ ପାଳିତ ହୋଇଯାଇଛି କାର୍ତିକ ପୂର୍ଣ୍ଣିମା

ମରଚାଇପଦା ; ୩୦/୧୧: କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ ମରଚାଇପଦା ନିକଟସ୍ଥ ଶ୍ରୀ ଶ୍ରୀ ରାଧାବଲ୍ଲଭ ଆଶ୍ରମରେ ପାଳିତ ହୋଇଯାଇଛି ରାସ ପୂର୍ଣ୍ଣିମା। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଆଶ୍ରମ  ତରଫରୁ ସୁବ୍ୟବସ୍ଥା କରାଯାଇଥିଲା। ଅଳ୍ପ ସଂଖ୍ୟକ ଭକ୍ତରେ ପୂଜାଵିଧି ସୁଚାରୁ ରୂପେ କରାଯାଇଥିଲା। ପ୍ରତି ବର୍ଷ ଭଳି ଏଥର କୋଭିଡ କଟକଣା ରେ ରାଧାବଲ୍ଲଭଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଦୀର୍ଘ ଏକ ମାସ ଧରି ହବିଶାଳୀମାନେ କାର୍ତିକବ୍ରତ ରଖି ଏହି ଆଶ୍ରମରେ ଥିବା ରାଧା – କୃଷ୍ଣଙ୍କ ମୂର୍ତ୍ତିକୁ ଦର୍ଶନ କରି ଆସୁଥିଲେ ଆଜି ସେମାନଙ୍କର ବ୍ରତ ସମାପନ ହେବାପରେ ସେମାନେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଥିଲେ। ରାଧା କୃଷ୍ଣଙ୍କ ବେଶ ଧରି ହରେ କୃଷ୍ଣ ନାମ ସଂକୀର୍ତ୍ତନରେ ହବିଶାଳୀମାନେ ନୃତ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ରାଧାବଲ୍ଲଭ ଆଶ୍ରମ ତଥା ଏହି ପରିସରରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ମନ୍ଦିର ଜନାର୍ଦନ ରାଉତଙ୍କ ନିଜ ପାଣ୍ଠିରୁ ନିର୍ମିତ। ଏହି ରାଧାବଲ୍ଲଭ ଆଶ୍ରମକୁ ପ୍ରତିଦିନ ଅନେକ ଭକ୍ତ ରାଧାକୃଷ୍ଣ ଯୁଗଳଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ପ୍ରତ୍ୟେକ ଦିନ ଏହି ପରିସରରେ ଠାକୁରଙ୍କ ନୀତିକାନ୍ତି ଯଥା ବିଧିରେ  ହୋଇଥାଏ। ଏହି ରାଧା କୃଷ୍ଣଙ୍କ ନୀତିକାନ୍ତିରେ ଅରୁନ୍ଧତୀ ସମସ୍ତ  ପ୍ରକାର ଆୟୋଜନ କରିଥାନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close