କୋରେଇ ବ୍ଲକ୍‌ରେ ଆବାସ ଯୋଜନାରେ ପାତର ଅନ୍ତର; ଗରୀବ ଅସହାୟଙ୍କୁ ଅଣଦେଖା

କୋରେଇ,(ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ର ତଳଗଡ଼ ଗ୍ରାମପଂଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ସଦାଶିବ ନାୟକ, ପିତା କାଳନ୍ଦୀ ନାୟକଙ୍କ ବୟସ ୬୧ ବର୍ଷ । ସେ ଜଣେ ନିହାତି ଗରୀବ ଶ୍ରେଣୀର ବ୍ୟକ୍ତି । ଶରୀର ମଧ୍ୟ ତାଙ୍କର ଗତ କିଛି ବର୍ଷ ଧରି ଠିକ୍ ନାହିଁ । ସେ ମାରାତ୍ମକ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି । ଏହି ଗରୀବ ବ୍ୟକ୍ତିଙ୍କ ଘର ଖଣ୍ଡିଏ ନାହିଁ । ସେ ଦୀର୍ଘ ବର୍ଷ ହେବ ଏକ ବିପଦସଂକୁଳ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗୁହାଳ ଘରେ ରହି ଆସୁଛନ୍ତି । ତାଙ୍କ ପରିବାର ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଦୀର୍ଘ ୧୦ ବର୍ଷ ହେବ ତଳଗଡ଼ ଗ୍ରାମପଂଚାୟତର ସରପଂଚମାନଙ୍କୁ ଘର ଖଣ୍ଡିଏ ପାଇଁ ଆକୁଳ ନିବେଦନ କରିଆସୁଥିଲେ ହେଁ ତାଙ୍କ ଅବସ୍ଥାକୁ କେହି କର୍ଣ୍ଣପାତ କରୁନଥିବାର ଜଣାଯାଇଛି । ଯାଜପୁର ଜିଲ୍ଲାପାଳଙ୍କୁମଧ୍ୟ ଗତ ଫେବୃଆରୀ ୨୦୨୧ରେ ଘର ଖଣ୍ଡିଏ ପାଇଁ ଲିଖିତ ଅନୁରୋଧ କରିଛନ୍ତି । ହେଲେ ତାହାର ସୁଫଳ ତାଙ୍କୁ ଏ ପର୍ଯ୍ୟନ୍ତ ମିଳିନଥିବାରୁ ବ୍ୟବସ୍ଥା ପ୍ରତି ତାଙ୍କର ଏକରକମର ଭରସା ତୁଟି ଯାଇଛି । ଅନ୍ୟପକ୍ଷରେ କିଛି ଜନସାଧାରଣଙ୍କ ପକ୍ଷରୁ ଏହି ଗରୀବ ପରିବାର ପ୍ରତି ସମବେଦନା ପ୍ରକାଶ ପାଉଥିବା ବେଳେ ତାଙ୍କର ଦୂରାରୋଗ୍ୟ କ୍ୟାନସର ରୋଗ ପାଇଁ ସହାୟତା ପାଇଁ ନିବେଦନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close