କପିଳେଶ୍ୱର କଲୋନୀ ଦୁର୍ଗା ପୂଜା କମିଟିର ପ୍ରସ୍ତୁତି ବୈଠକ ଓ ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା

ବ୍ୟାସନଗର, ୨୯/୮(ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତା ମା’ ଦୁର୍ଗାଙ୍କ ପୂଜା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସୂଚାରୁରୂପେ ସଂପାଦନ ପାଇଁ ସ୍ଥାନୀୟ କପିଳେଶ୍ୱର କଲୋନୀ ସାର୍ବଜନୀନ ମା’ ଦୁର୍ଗା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ କମିଟିର ନୂତନ କାର୍ଯ୍ୟକର୍ତାଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଥିଲା । ନୂତନ କମିଟିରେ ସଭାପତି ଭାବେ ଚନ୍ଦ୍ରମଣି ସାମଲ, ସାଧାରଣ ସଂପାଦକ ଭାବେ ଗଣନାଥ ମହାରଣା ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଦାୟିତ୍ୱ ପିତାମ୍ବର ଦାଶଙ୍କ ଠାରେ ପୂର୍ବବତ୍ ରହିଛି । ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ଦେବାଶିଷ ବସୁ ଓ ଜଗନ୍ନାଥ ମହାନ୍ତି, ଉପ-ସଭାପତି କାମଦେବ ନାୟକ, ଯଶୋବନ୍ତ ବିଶୋଇ, ସହ-ସଂପାଦକ ଭାବେ କାଶିନାଥ ପଟ୍ଟନାୟକ ଓ କାର୍ତିକ ଚନ୍ଦ୍ର ନାୟକ କାର୍ଯ୍ୟ କରିବେ । ଏଥିରେ ବରିଷ୍ଠ ସଭ୍ୟ ସୁବଳ ଚନ୍ଦ୍ର ସେନାପତି, ନିତ୍ୟାନନ୍ଦ ରଣା, ପ୍ରଦୀପ କୁମାର ସାମଲ, ଜାନକୀ ବଲ୍ଲଭ ଦାସ, ଲମ୍ବୋଦର ମଲ୍ଲିକ, ଅଶୋକ କୁମାର ଜେନା, ବିଜୟ କୁମାର ବରାଳ, ପ୍ରଫୁଲ୍ଲ କୁମାର ଦାସ, ସନ୍ତୋଷ କୁମାର ପୁହାଣ, ରାଧାଶ୍ୟାମ ସେଠୀ, ପ୍ରଦୀପ କୁମାର ଖୁଟିଂଆ, ଚିନ୍ମୟ ସାମଲ, ଶ୍ରୀଧର ବେହେରା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରେ ଆଗାମୀ ପୂଜା ପାଇଁ ଆଲୋଚନା କରାଯାଇ ଖସଡ଼ା ପ୍ରସ୍ତୁତ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close