ଭୋଟ ଗଣନା ଓ ଇ.ଭି.ଏମ୍‌. ସିଲିଂ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, ୨୧/୦୩ (ନି ପ୍ର) : ଆସନ୍ତା ପୈାର ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଭୋଟ ଗଣନା ଓ ଇ.ଭି.ଏମ୍‌. ସିଲିଂ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଚ୍ଥି । ସୋମବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୋଟ ଗଣନା ଦାୟିତ୍ୱରେ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ । ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯାଜପୁର ଜିଲ୍ଲାର ଦୁଇଗୋଟି ପୈାରାଂଚଳ ଯଥା- ଯାଜପୁର ଏବଂ ବ୍ୟାସନଗର ପୈାର ପରିଷଦ ପାଇଁ ଅଧ୍ୟକ୍ଷ ଓ କାଉନ୍‌ସିଲର ମାନଙ୍କର ଭୋଟ ଗଣନା କାର୍ଯ୍ୟ କିପରି ସୁଚାରୁ ରୂପେ ସଂପାଦିତ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମହିର ପ୍ରସାଦ ମହାନ୍ତି ପ୍ରତ୍ୟେକ ନିର୍ବାଚନ ଭୋଟ ଗଣତି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହାକୁ ନିର୍ବାହ କରିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଇ.ଭି.ଏମ୍‌. କଣ୍ଟ୍ରୋଲ ୟୁନିଟ୍ ଗୁଡିକୁ ସତର୍କ ଓ ଯତ୍ନ ସହକାରେ ଖୋଲି ଉପସ୍ଥିତ ଏଜେଣ୍ଟ ମାନଙ୍କୁ ପଂଳାପଂଳ ଅବଗତ କରାଇ ଆବଶ୍ୟକୀୟ କାଗଜପତ୍ର ନିର୍ବାଚନ ଅଧିକାରୀଙ୍କୁ ହସ୍ତଗତ କରାଇବା ଗଣନା ଅଧିକାରୀଙ୍କ ପ୍ରମୁଖ କାର୍ଯ୍ୟ ବୋଲି ଉପଜିଲ୍ଲାବପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ । ବିସ୍ତୃତ ସୂଚନା ଦେଇ ମାଷ୍ଟର ଟ୍ରେନର ତଥା ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ ମତ ଗଣନାର ବିବିଧ ଦିଗ ଓ ଭୋଟ ଗଣନା ପରେ ମେସିନ ସିଲିଂ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ଭୋଟ ଗଣନା ଓ ଇ.ଭି.ଏମ୍‌. ସିଲିଂ ବିଷୟରେ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଊପସ୍ଥାପନ କରିଥିଲେ । ଉଭୟ ପୈାରାଂଚଳ ପାଇଁ ପୈାରାଧ୍ୟକ୍ଷ ଓ କାଉନ୍‌ସିଲରଙ୍କ ଭୋଟ ଗଣତି ପାଇଁ ୫ ଗୋଟି ଟେବୁଲର ଆୟୋଜନ କରାଯାଇଚ୍ଥି । ବ୍ୟାସନଗର ପୈାରାଂଚଳ ପାଇଁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ଏବଂ ଯାଜପୁର ପୈାରାଂଚଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାର୍କିଂ ସ୍ଥଳୀକୁ ଧାର୍ଯ୍ୟ କରାଯାଇଚ୍ଥି । ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ବ୍ୟାସନଗର ତହସିଲଦାର ଅଶୋକ ମାଝି, ବିଂଝାରପୁର ତହସିଲଦାର ଦୀପକ ରାଊତ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close