ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨।୦୮(ବ୍ୟୁରୋ): ଦୀର୍ଘ ଦିନପରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। ବିଦ୍ୟାଳୟ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଫଳରେ ଦେଶରେ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କର୍ନାଟକର ବେଙ୍ଗାଲୁରୁରେ ପିଲାଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ୩୦୦ ଜଣ ସ୍କୁଲ ପିଲାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସି ଥିବା ଜଣାପଡ଼ିଛି। । ସେହିପରି ପଞ୍ଜାବରେ ଏହି ସଂଖ୍ୟା ୨୭ ଥିବାବେଳେ ହିମାଚଳ ପ୍ରଦେଶରେ ୬୨ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତିସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close