ଜେ.ଏମ୍.ଟି ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳିତ

କଟକ ;୧୬/୦୮ (ନି ପ୍ର): ପବିତ୍ର ସ୍ବାଧିନତା ଦିବସରେ ଭୁବନେଶ୍ବର ରବିଟକିଯ ସ୍ଥିତ ଜେ.ଏମ୍.ଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମାଜସେବୀ ଲିଙ୍କନ ସୁବୁଦ୍ଧି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ମହୋତ୍ସବରେ ସଂସ୍ଥାର ମୁଖ୍ୟ ଅମିତି କୁମାର ମିଶ୍ର ଓ ଡାଇରେକ୍ଟର ଶ୍ରୀପ୍ରିୟା ମିଶ୍ରଙ୍କ ସହିତ ବିଭିନ୍ନ ସାମାଜିକ କର୍ମୀ ଯୋଗ ଦେଇଥିଲେ। ଦେଶ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ବର୍ଗରେ ଥିବା ମହିଳା ଓ ଶିଶୁ ତଥା ଅନେକ ବର୍ଗର ଲୋକଙ୍କୁ ମଧ୍ୟ ସାମାଜିକ ଅଧିକାର ମିଳିପାରିନାହିଁ । ଏହି ମହୋତ୍ସବ ପାଳନର ଲକ୍ଷ୍ୟ ହେଉ ସମସ୍ତଙ୍କୁ ସମାନ ମୌଳିକ ଅଧିକାର ମିଳିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସୁଜିତି କୁମାର ମିଶ୍ର, ପିୟୁଷ ପ୍ରିୟଦର୍ଶିନୀ ନାୟକ,ରେକେଶ କୁମାର ସେଠୀ,ରିପନ ମଝି, ସୁଲଗ୍ନା । ଅନୁଷ୍ଠାନର ମୁଖ୍ୟ ଅମିତି କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close