ବ୍ୟାସନଗର ‘କପିଳେଶ୍ୱର କଲୋନୀ ସାର୍ବଜନୀନ ଦୁର୍ଗା ପୂଜା’ ମଣ୍ଡପରେ ଚାଲିଛି ଧୂମଧାମ୍‌ରେ ପୂଜା

ବ୍ୟାସନଗର, (ଦୀପକ ରଂଜନ ପାଣିଗ୍ରାହୀ/ ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ), ୦୪/୧୦: ଯାଜପୁର ଜିଲ୍ଲାର କ୍ରୋମନଗରୀ ବ୍ୟାସନଗର ପୈାର ପରିଷଦ ଅଂଚଳରେ ଦୁର୍ଗା ପୂଜାର ମାହୋଲ ଏତେଟା ନ ଥିବା ବେଳେ ‘କରୋନା’ ମହାମାରୀ ଯୋଗୁ ଦୀର୍ଘ ୦୨ ବର୍ଷ ହେଲା ପ୍ରଭାବିତ ହୋଇଥିବା ମା’ଙ୍କ ପୂଜା କିନ୍ତୁ ଏଥର ବଡ଼ ଯାକଜମକରେ ଅନୁଷ୍ଠିତ ହେଉଛି । ଗତ କାଲି ଓ ଆଜିର ଲଗାଣ ବର୍ଷା ପୂଜା ମାହୋଲକୁ ଅବଶ୍ୟ କିଛି ପରିମାଣରେ ଫିକା କରିଦେଇଛି । ହେଲେ ପୂଜା କମିଟି ତରଫରୁ ଉପଯୁକ୍ତ ଟେଂଟର ବ୍ୟବସ୍ଥା କରାଯାଇ ମା’ଙ୍କ ଦର୍ଶନ ପାଇଁ ସୁବନ୍ଦୋବସ୍ତ କରାଯାଇଛି । ମା’ଙ୍କ ପ୍ରତିମା ସ୍ଥାୟୀ ଛାତ ତଳେ ପୂଜା ପାଉଥିବାରୁ ବର୍ଷା ଭୟ ନାହିଁ । ମାତ୍ର ଲଗାଣ ବର୍ଷା ଯୋଗୁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୂଜା ମଣ୍ଡପକୁ ଆସୁଥିବାର ଦେଖାଯାଉଛି । ଆଜି ଦିନ ତମାମ ମୂଷୁଳ ଧାରାରେ ବର୍ଷା ବର୍ଷିବାରୁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଭଲ ପାଗ ହେଲେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close