ଦିଦାୟୀ କାର୍ଯ୍ୟାଳୟ ଘେରାଉ କଲା ଦିଦାୟୀ ସ°ପ୍ରଦାୟ ଯୁବକ ସଂଘ

ମାଲକାନଗିରି; ୨୭/୦୮ (ବ୍ୟୁରୋ) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଦିଦାୟୀ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି ଦିଦାୟୀ ସ°ପ୍ରଦାୟ ଯୁବକ ମାନେ । ୪ ଗୋଟି ପୋଷଣ ସହାୟକ ନିଯୁକ୍ତି ପାଇଁ ଡ଼କାଯାଇଥବା ଇଣ୍ଟରଭିଉ ରେ ଜଣେ ମଧ୍ୟ ତାଙ୍କ ସ°ପ୍ରଦାୟର ଯୁବକ/ଯୁବତୀ ନଥିବାରୁ ଏପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଦିଦାୟୀ ବିଭାଗ ଦ୍ଵାରା ନିଯୁକ୍ତି କରାଯାଉଥିବା ସମସ୍ତ ପଦବୀ କୁ କେବଳ ଦିଦାୟୀ ଲୋକଙ୍କ ଆରକ୍ଷଣ ସୁନିଶ୍ଚିତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ରାଜ୍ୟ ସରକାରଙ୍କୁ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଅବଗତ କରାଇନ୍ତି ବୋଲି ସ°ଘ ସ°ପାଦକ ସମରା ଶିଷା ପ୍ରକାଶ କରିଛନ୍ତି । ଯେତେ ସମୟ ପର୍ଯ୍ୟନ୍ତ ରାଜ୍ୟ ସରକାର ଉକ୍ତ ପ୍ରସ୍ତାବ ଉପରେ କୈାଣସି ପଦକ୍ଷେପ ଗ୍ରହଣ ନକରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସୁଚନା ଦେଇଛନ୍ତି । ସ୍ଥାନୀୟ ଦିଦାୟୀ ଏସ.ଓ ଆଶିଷ କୁମାର ଭୋଇ କହିଛନ୍ତି ଯେ ସରକାର ଙ୍କ ନିତି ନିୟମ ଅନୁସାରେ ଆଜି ଏହି ଇଣ୍ଟରଭିଉ ଡକାଯାଇଛି କିନ୍ତୁ ଅଭିଜ୍ଞତା ପ୍ରମାଣପତ୍ର ନଥିବାରୁ ବହୁ ସ°ଖ୍ୟାରେ ପିଲାଙ୍କ ଆବେଦନ କୁ ଖାରଜ କରିଦିଆଯାଇଛି । ସେ ଆହୁରି କହିଛନ୍ତି ଯେ ବିଦାୟୀ ଯୁବକ ସମାଜ ତରଫରୁ ଦିଦାୟୀ ଲୋକଙ୍କ ନିଯୁକ୍ତି ସମ୍ବଳିତ ଏକ ଦାବିପତ୍ର ପାଇଛନ୍ତି ଓ ଯାହାକୁ ସେ ଜିଲ୍ଲା ପ୍ରଶାସନ କୁ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି । ବର୍ତମାନ ସୁଦ୍ଧା ଦିଦାୟୀ ଯୁବକ ସମାଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ଯାହା ଫଳରେ ଇଣ୍ଟରଭିଉ ବାଧାପ୍ରାପ୍ତ ହୋଇଛି । ଏବେ ଦେଖିବାକୁ ବାକି ରହିଲା ଏ ଅଞ୍ଚଳର ଆଦିମ ଜନଜାତି ନାମରେ ପରିଗଣିତ ଦୀଦାୟୀ ସ°ପ୍ରଦାୟର ଦାବି କୁ ସରକାର କେବେ କର୍ଣ୍ଣପାତ କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close