ବ୍ୟାସନଗର ପଦ୍ମପୁର ବ୍ୟାଙ୍କ କଲୋନିର ଧର୍ମପରାୟଣା ମହିଳା କୁମୁଦିନୀ ପଣ୍ଡାଙ୍କ ବିୟୋଗ

ବ୍ୟାସନଗର, ୨୨/୮(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ବ୍ୟାଙ୍କ କଲୋନୀସ୍ଥିତ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ସହଧର୍ମିଣୀ ଶ୍ରୀମତୀ କୁମୁଦିନୀ ପଣ୍ଡାଙ୍କ ୮୦ ବର୍ଷ ବୟସରେ ଆଜି ଭୋର ୫ଟା ୩୫ମି. ସମୟରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପରଲୋକ ହୋଇଯାଇଛି । ତାଙ୍କର ଆଜ୍‌ମା ଜନିତ ସମସ୍ୟା ବଢ଼ି ଯିବାରୁ ତାଙ୍କୁ ଗତକାଲି ପ୍ରଥମେ ଯାଜପୁରରୋଡ଼ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟ ଓ ପରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ କଟକ ବଡ଼ ମେଡ଼ିକାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଜଣେ ପୁଅ ଓ ୨ଜଣ ବିବାହିତ ଝିଅ ଅଛନ୍ତି । ମରଶରୀର ଯାଜପୁରରୋଡ଼ରେ ଆଜି ପୂର୍ବାହ୍ନରେ ପହଂଚିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ବ୍ୟାସ ସରୋବରସ୍ଥିତ ‘ବ୍ୟାସ ଶ୍ମଶାନ’ରେ ତାଙ୍କର ଶବ ସତ୍କାର କରାଯାଇଛି । ପୁଅ ତଥା ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ । ଏହି ଧର୍ମପରାୟଣା ମହିଳାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶବାଧାରରେ ହୃଷିକେଶ ସାହୁ, ବିଭାସ ମହାନ୍ତି, ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଜ୍ଞାନରଂଜନ ରାଉତ, ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସରୋଜ ଦେ, ସ୍ଥାନୀୟ ଫେରୋକ୍ରୋମ ପ୍ଲାଂଟର ବରିଷ୍ଠ ପଦାଧିକାରୀ ଅଶୋକ କୁମାର ସାହୁ, ରଶ୍ମିରଂଜନ ବିଶ୍ୱାଳ, ପରେଶ ଦାଶ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ରଥ, ଗୁଣନିଧି ବିଶ୍ୱାଳ, ପରମେଶ୍ୱର ଜେନା, ମାନତୀରା କଲେଜର ଅଧ୍ୟକ୍ଷ କ୍ଷେତ୍ରବାସୀ ଘଡ଼ାଇ, ବାଲିଚନ୍ଦ୍ରପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ସାମଲ, ପଣ୍ଡିତ ସରୋଜ ତ୍ରିପାଠୀ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଡ଼ଃ. କୁଶଚନ୍ଦ୍ର ପ୍ରଧାନ, ଅଧ୍ୟାପକ କ୍ଷୀତିଶ ଚନ୍ଦ୍ର ମହାପାତ୍ର, ଦିଲ୍ଲୀପ କୁମାର ଜେନା, ମନୋଜ କୁମାର ମିଶ୍ର, ଦୁଇ ନାତି ଆଶୀର୍ବାଦ ପଣ୍ଡା ଓ ଅଂଶୁମାନ ପଣ୍ଡା, ବ୍ୟାଙ୍କ ଅଧିକାରୀ ଦାମୋଦର ପଣ୍ଡା, ବିକାଶ ପାଣି, ରାମଚନ୍ଦ୍ର ପଣ୍ଡା, ଅଧ୍ୟାପକ ଦେବୀପ୍ରସନ୍ନ ଦାଶ ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।
             ସୂଚନାଯୋଗ୍ୟ, ତାଙ୍କ ବିୟୋଗରେ ‘ଉଦୟବଟ’ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ୰ ପଣ୍ଡାଙ୍କ ସୁପୁତ୍ର ଡ଼ଃ. ପଣ୍ଡା ‘ଉଦୟବଟ’ ପରିବାର ସହ ଦୀର୍ଘ ବର୍ଷ ଧରି ଜଡିତ । ସେ ଆରମ୍ଭରୁ ସହଯୋଗୀ ସଂପାଦକ ଭାବେ କାର୍ଯ୍ୟରତ ଅଛନ୍ତି । ‘ଉଦୟବଟ’ର ସହଯୋଗୀ ସଂପାଦକଙ୍କ ମାତୃ ବିୟୋଗରେ ‘ଉଦୟବଟ’ର ବହୁ କର୍ମକର୍ତା ସର୍ବଶ୍ରୀ ଦୀପକ ରଂଜନ ପାଣିଗ୍ରାହୀ, ରାମଚନ୍ଦ୍ର ବାରିକ, ବିଦ୍ୟୁତ୍‌ପ୍ରଭା ରାୟ, ସୈାଭାଗ୍ୟ ମୁଦୁଲି, ବସନ୍ତ କୁମାର ପାତ୍ର, ସୁମିତ୍ରା ମିଶ୍ର, ସଚ୍ଚିଦାନନ୍ଦ ନାଥ, ସମୀର କୁମାର ମିଶ୍ର, ସୁମନ କୁମାର ରାୟ, ଅଭିଷେକ ମଲ୍ଲ, ଗୈାରୀଶଙ୍କର ପତି, ପ୍ରଫୁଲ୍ଲ ବାରିକ, ପଦ୍ମଲୋଚନ ନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close