କଳିଙ୍ଗନଗର କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଯାଜପୁରରୋଡ଼ ; ୧୫/୦୮ (ବ୍ୟୁରୋ) : ସାରା ଭାରତ ବର୍ଷରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଅନୁରୁପ ଭାବେ ଯାଜପୁର ଜିଲ୍ଲା କଳିଙ୍ଗନଗର କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ବିଦ୍ୟାଳୟର ଅଧ୍ୟକ୍ଷ କୋଲାଲ ମିତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ କଟକଣା ପାଇଁ ପ୍ୟାରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ ମଧ୍ୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ସ୍ୱଳ୍ପ ଆୟୋଜନରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। କରୋନା ମହାମାରୀ ସମୟରେ କିପରି ନିଜକୁ, ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସହ କର୍ମ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି କିପରି ସମାଜର ମଙ୍ଗଳ କରିପାରିବା ଏନେଇ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ଅଭିଭାଷଣରେ ଉପସ୍ଥାପନ କରିଥିଲେ। ଏହା ସହ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କୃତ ଥିବା ସ୍କାଉଟ ଆଣ୍ଡ ଗାଇଡ଼ ର ୧୬ଜଣ ସିନିୟର ଛାତ୍ର ଛାତ୍ରୀଙ୍କୁ ସମ୍ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ପୁରସ୍କାର ଅଳଙ୍କୃତ କରିଥିବା ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସ୍କାଉଟ ଆଣ୍ଡ ଗାଇଡ଼ ର ସଫଳତା ପାଇଁ ମାଷ୍ଟର ଶ୍ରୀମନ୍ତ କୁମାର ରାଉତଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀଙ୍କ ସହ ଅଳ୍ପ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close