ଯାଜପୁରରୋଡ ‘ଉତ୍କଳ ସେଂଟର ପଏଂଟ’ର ୧ମ ବାର୍ଷିକୋତ୍ସବ’ ପାଳିତ

ବ୍ୟାସନଗର,୨୯/୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଚୋରଦା ମେନରୋଡ ସ୍ଥିତ ‘ଉତ୍କଳ ସେଂଟର ପଏଂଟ’ର ପ୍ରଥମ ବାର୍ଷିକୋତ୍ସବ ଆଜି ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ପରିସରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବ୍ୟବସାୟିକ ପେଣ୍ଠସ୍ଥଳୀ ଯାଜପୁରରୋଡ ସହର ସ୍ଥିତ କେନ୍ଦ୍ରସ୍ଥଳରେ ଅବସ୍ଥିତ ପ୍ରଥମ ସପିଂ କମ୍ପେ୍ଲକ୍ସ “ଉତ୍କଳ ସେଂଟର ପଏଂଟ” ଏହାରି ମଧ୍ୟରେ ତା’ର ଏକ ବର୍ଷ ପୂରଣ କରିସାରିଛି । ବିଶ୍ୱ ମହାମାରି ‘କରୋନା’ ପାଇଁ ରାଜ୍ୟର ସମସ୍ତ ସପିଂ ମଲ୍ ଭଳି ଏହା ପ୍ରଭାବିତ ହୋଇଥିଲେ ହେଁ ପୁଣି ବ୍ୟବସାୟିକ କାରବାର ଆରମ୍ଭ କରିଥିବାରୁ ଏହି କମ୍ପେ୍ଲକ୍ସରେ ଥିବା ସମସ୍ତ ବ୍ୟବସାୟୀ, ଗ୍ରାହକ ଓ ସର୍ବୋପରି ଯାଜପୁରରୋଡର ଜନସାଧାରଣଙ୍କୁ ‘ଉତ୍କଳ ସେଂଟର ପଏଂଟ’ର କର୍ତୃପକ୍ଷ ଧନ୍ୟବାଦ ଜଣାଇବା ସଂଗେ ସଂଗେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର ୧ମ ବାର୍ଷିକ ମହୋତ୍ସବରେ ଅତିଥି ରୂପେ ପୂର୍ବତନ ନଗରପାଳ ସବିତା ରାଉତ, କଳିଙ୍ଗନଗର ଉନ୍ନୟନ କର୍ତୃପକ୍ଷ (କେଏନଡିଏ)ର ଦେବାଷିଷ ପାଢ଼ୀ ପ୍ରମୁଖ ଯୋଗ ଦେଇ ଏହି ମଲର ସଫଳତା କାମନା କରିଥିଲେ । ଏଥିରେ ମଲର ନାମିଦାମୀ ସପିଂ ବ୍ରାଣ୍ଡ ଯଥା-‘ବିଗ୍ ବଜାର’, ‘ମାକ୍ସ’, କୋବ, ପରିଲୋଳ, ଦେବ୍ୟାସୀଂ, ମେଘା ଫୁଡ ଏବଂ ଷ୍ଟାଇଲ ଆଣ୍ଡ ଷ୍ଟାଇଲର କର୍ମଚାରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଏକ ବର୍ଷ ପୂର୍ତି ଉପଲକ୍ଷେ ସମସ୍ତ ବ୍ରାଣ୍ଡଙ୍କୁ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କେକ୍ କାଟି ଅତିଥିମାନେ ଉଦ୍‌ଘାଟିତ କରିଥିଲେ । ପ୍ରାୟ ରାତ୍ର ୯ଟା ପର୍ଯ୍ୟନ୍ତ ଏହାର ପରିସରରେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ମଲର ବ୍ୟବସାୟୀ ଓ ଏଠାରେ ଉପସ୍ଥିତ ଥିବା ଗ୍ରାହକମାନେ ଉପଭୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close