ଲୋକପ୍ରିୟ ଅଭିନେତ୍ରୀ ସରନ୍ୟା ଶଶିଙ୍କ ପରଲୋକ

ମୁମ୍ବାଇ; ୧୦/୦୮ (ବ୍ୟୁରୋ): ଫିଲ୍ମ ଦୁନିଆରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ମିଳିବାକୁ ଲାଗିଛି। ଦୁଇ ବର୍ଷ ଭିତରେ ଏମିତି ଅନେକ ଫିଲ୍ମ ଷ୍ଟାରଙ୍କ ଦୁଃଖଦ ଖବର ଶୁଣିବାକୁ ମିଳିଛି । ମାଲାୟଲମ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସରନ୍ୟା ଶଶିଙ୍କ ୩୫ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିବା ଏହି ଅଭିନେତ୍ରୀ ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ । ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ୨୦୧୨ରେ ସେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । କ୍ଷୁଦ୍ର ଫିଲ୍ମ କ୍ୟାରିୟରରେ ସେ ସମସ୍ତଙ୍କ ପାଖରେ ଅତି କମ ଦିନରେ ପ୍ରିୟପାତ୍ର ହୋଇ ପଡିଥିଲେ । ଏହି ଦୁଃଖଦ ଖବର ପାଇ ପିଲ୍ମି ଜଗତରେ ଶୋକର ଲହରୀ ଖେଳିଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close