ରାସ୍ତା ପାର ହେଉଥିବା ବେଳେ ବଲେରୋ ଧକ୍‌କାରେ ରାଜମିସ୍ତ୍ରୀ ଶଶିଭୂଷଣ ମୃତ

ରଗଡି, ୯/୧୨: ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ କଂଟାଝରୀ ଗ୍ରାମର ଜନୈକ ରାଜମିସ୍ତ୍ରୀ ଶଶିଭୂଷଣ ମଲ୍ଲିକ (ବୟସ-୫୫ ବର୍ଷ) ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ମି. ସମୟରେ ଯାଜପୁରୋଡ-ଆନନ୍ଦପୁର ରାସ୍ତା ପାର ହେଉଥିବା ବେଳେ କେଉଁଝର ପଟୁ ଦୃତ ବେଗରେ ଆସୁଥିବା ଏକ ବଲେରୋ ଗାଡି ଶଶିଭୂଷଣଙ୍କୁ ଆଘାତ ଦେଇଥିଲା । ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । କିଛି ସ୍ଥାନୀୟ ଲୋକେ ଏକ ଅଟୋ ରିକ୍ସା ଗାଡିରେ ତାଙ୍କୁ ଯାଜପୁରରୋଡ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ କାର୍ଯ୍ୟରେ ଥିବା ଡ଼ାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close