ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଯାଜପୁର, ୧୪.୦୫(ଉ. ନ୍ୟୁଜ୍ ବ୍ୟୁରୋ): ଗତ କାଲି ରବିବାର ‘ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ’ ଆନୁକୁଲ୍ୟରେ ‘ରାଷ୍ଟ୍ରୀୟ ଲୋକ ଅଦାଲତ’ ଅନୁଷ୍ଟିତ ହୋଇଯାଇଛି । ଏହି ରାଷ୍ଟ୍ରିୀୟ ଲୋକ ଅଦାଲତରେ ମୋଟ ୪୨୩୬ ଗୋଟି ମକର୍ଦ୍ଦମା ଫଇସଲା ହୋଇଛି । ସେଥି ମଧ୍ୟରୁ ୮୦ ଗୋଟି ଫୌଜଦାରୀ, ୧୨ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା, ୭୭ ଗୋଟି ଦେୱାନୀ, ୫ ଗୋଟି ପାରିବାରିକ କଳହ ମକର୍ଦ୍ଦମା ଫଇସଲା କରାଯାଇ ମୋଟ ଟ.୧,୫୧,୨୨,୮୮୧/-ଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି ଏବଂ ୪୦୫୨ ଗୋଟି ରାଜସ୍ୱ, ମାମଲା ଫଇସଲା କରାଯାଇ ମୋଟ ଟ. ୮,୧୮,୭୯୩/- ଙ୍କା ରାଜସ୍ୱ ଆଦାୟ କରାଯାଇଛି । ଶ୍ରମ ବିଭାଗର ୫ ଗୋଟିି ଶ୍ରମ ଜନିତ ବିବାଦ ଫଇସଲା କରାଯାଇ ଟ. ୧୨,୮୨,୭୪୮/- ଙ୍କା ଜୋରିମାନା ଆଦାୟ କରାଯାଇଛି । ଖାଉଟି ବିବାଦର ୩ ଗୋଟି ବିବାଦ ଫଇସଲା କରାଯାଇ ଟ ୫,୭୭,୫୪୬/-ଙ୍କା ଜୋରିମାନା ଆଦାୟ କରାଯାଇଛି । ଏତଦ୍‌ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କ୍‌ର ମୋଟ ୧୦୮ ଗୋଟି ପ୍ରାକ୍ ବିବାଦିୟ ବ୍ୟାଙ୍କ ମାମଲା ଫଇସଲା କରାଯାଇ ମୋଟ ଟ ୨୦,୫୦,୧୫୮/- ଙ୍କା ମଧ୍ୟ ଆଦାୟ କରାଯାଇଛି ।
    ଏହି ରାଷ୍ଟ୍ରିୀୟ ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ୍ ମାନ୍ୟବର ଶ୍ରୀଯୁକ୍ତ ଦାମୋଦର ରଥ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ସଂପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଶିବିରକୁ ପରିଚାଳନା କରିଥିଲେ । ଏହି ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସୁନିଲ କୁମାର ଦାସ, ପରିବାର ଅଦାଲତର ବିଚାରପତି ଶ୍ରୀ ଗୁଣ୍ଡିଚା ସାମନ୍ତସିଂହାର, ବରିଷ୍ଟ ଦୈୱାନୀ ବିଚାରପତି ଶ୍ରୀ ପ୍ରସନ୍ନ କୁମାର ବେହେରା, ବରିଷ୍ଟ ଦୈୱାନୀ ବିଚାରପତି (ଏଲ. ଆର ଏବଂ ଏଲ.୍ ଟି.ଭି) ଶ୍ରୀ ଦୁର୍ବାଶା ଦୁର୍ଗା, ଅତିରିକ୍ତ ବରିଷ୍ଠ ଦୈୱାନୀ ବିଚାରପତି ଶ୍ରୀମତୀ ମନସ୍ୱିନୀ ରଥ, ଏସ୍‌. ଡ଼ି.ଜେ.ଏମ. ଶ୍ରୀମତୀ ଇଫ୍‌ସିତା ନନ୍ଦ, ଦେୱାନୀ ବିଚାରପତି ଶ୍ରୀ ପାରସ ପାଢୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close