ଓଡ଼ିଶାର ନିର୍ମାଣ ଶ୍ରମିକମାନଙ୍କୁ ମିଳିଲା ୩୮୫ କୋଟି, ଯାଜପୁର ଶ୍ରମିକଙ୍କ ଭାଗରେ ୧୨ କୋଟିରୁ ଉର୍ଦ୍ଧ

ଭୁବନେଶ୍ୱର/ବ୍ୟାସନଗର/ଯାଜପୁର,୧୭/୭(ଉ.ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଏ୍ୟୌତିହାସିକ ଘୋଷଣାକ୍ରମରେ ‘କରୋନା’ର ୨ୟ ଲହରରେ ପ୍ରଭାବିତ ହୋଇଥିବା ଓଡ଼ିଶାର ନିର୍ମାଣ ଶ୍ରମିକମାନଙ୍କୁ ୩୬୦ କୋଟିର ସହାୟତା କିଛିଦିନ ତଳେ ଘୋଷଣା କରିଥିଲେ । ମାତ୍ର ହିସାବ ଅନୁଯାୟୀ ଗତ ୧୫/୭/୨୦୨୧ ଗୁରୁବାର ଅପରାହ୍ନ ୫ଟା ୩୦ମି. ସମୟରେ ଶ୍ରୀଯୁକ୍ତ ପଟ୍ଟନାୟକ ଏଥିନିମନ୍ତେ ୩୮୫ କୋଟିର ସହାୟତା ରାଶି ଭୁବନେଶ୍ୱରରେ ଭିଡିଓ କନଫରେନ୍ସି ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହିକ୍ରମରେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୮୦ ହଜାରରୁ ଉର୍ଦ୍ଧ ଶ୍ରମିକଙ୍କୁ ପ୍ରତ୍ୟେକଙ୍କୁ ୧ହଜାର ୫ଶତ ହିସାବରେ ୧୨ କୋଟିରୁ ଉର୍ଦ୍ଧ ଟଙ୍କା ଦିଆଯାଇଛି । ବହୁ ଶ୍ରମିକଙ୍କ ଖାତାକୁ ଏହି ରାଶି ଯାଇଥିବାର ଜଣାଯାଇଥିବା ବେଳେ କେତେକ ଶ୍ରମିକ ଏହା ପାଇପାରି ନାହାନ୍ତି । ବ୍ୟାଙ୍କ ଖାତାରେ ତୃଟି ଓ ବ୍ୟାଙ୍କରେ ଟଙ୍କା ଛାଡିବାରେ ବିଳମ୍ବ କାରଣରୁ ଏପରି ହୋଇଛି । ପ୍ରାୟ ୧ ମାସ ପର୍ଯ୍ୟନ୍ତ ଏହା ଦିଆ ଚାଲିବ ବୋଲି ଜଣାଯାଇଛି । ଯାଜପୁରରେ ଓଡ଼ିଶାର ସବୁଠୁ ଅଧିକ ନିର୍ମାଣ ଶ୍ରମିକ ଥିବା ବେଳେ ୬୦ ବର୍ଷ ପରେ ଯୋଜନାରୁ ବାଦ୍ ପଡ଼ିବା, ବହ ଶ୍ରମିକଙ୍କ ମୃତ୍ୟୁ ହେବା କାରଣରୁ ଏବେ ୧ଲକ୍ଷ ୩୫ ହଜାର ପାଖାପାଖି ନିର୍ମାଣ ଶ୍ରମିକ ଅଛନ୍ତି । ବହୁ ଶ୍ରମିକ ବାର୍ଷିକ ନବୀକରଣ କରି ନ ଥିବାରୁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇ ନ ଥିବା ଜଣାଯାଇଛି । ଗତ ବର୍ଷ ୫୬ ହଜାର ପାଖାପାଖି ଶ୍ରମିକଙ୍କୁ ୧ମ ଲହର କରୋନା ସହାୟତା ୧୫ଶହ ଲେଖାଏ ଦିଆଯାଇଥିବା ବେଳେ ଚଳିତ ବର୍ଷ ୮୦ ହଜାରରୁ ଉର୍ଦ୍ଧ ଶ୍ରମିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ବର୍ଷର ସହାୟତାକୁ ମଧ୍ୟ କିଛି ବ୍ୟକ୍ତି ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି । ଏଥିରେ ଅଭ୍ୟସ୍ତ ନ ଥିବା ବ୍ଲକ, ପଂଚାୟତ ସ୍ତରୀୟ ଅଧିକାରୀ ଓ କେତେକ ସଂରପଂଚ ଏଥିଲାଗି ଉତରଦାୟୀ । ଗତ ବର୍ଷ ପଂଚାୟତରାଜ ବ୍ୟବସ୍ଥା ମାଧ୍ୟମରେ ଏହା ପ୍ରଦାନ କରାଯାଇଥିଲା । ଗତ ବର୍ଷ ଯେଉଁ ଯୋଗ୍ୟ ଶ୍ରମିକମାନେ ପାଇ ନ ଥିଲେ ଏବର୍ଷ ସେମାନଙ୍କୁ ଏକାଥରେ ୨ ବର୍ଷର ୦୩ ହଜାର ଟଙ୍କା ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ଯେଉଁ ଶ୍ରମିକମାନେ ସେମାନଙ୍କ କାର୍ଡକୁ ୨୦୧୭ ମସିହା ପର୍ଯ୍ୟନ୍ତ ତା ୧୬/୬/୨୦୨୧ ପୂର୍ବରୁ ନବୀକରଣ କରିଛନ୍ତି ସେମାନେ ଏହି ସହାୟତା ପାଇବେ ବୋଲି ଜଣାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱରରେ ଏହା ପ୍ରଦାନ କରିଥିବା ବେଳେ ଯାଜପୁରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜିତ୍ କୁମାର ଦେଓ, ନିର୍ମାଣ ଶ୍ରମିକ ବିଭାଗର ସୁରେନ୍ଦ୍ର ବିକ୍ରମ ଜେନା (ମନୋଜ) ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୦୬ଜଣ ଶ୍ରମିକ ଉପସ୍ଥିତ ଥିଲେ ଓ ସେମାନଙ୍କର ସବୁ ଠିକ୍ ଠାକ୍ ଥିବାରୁ ସଂଗେ ସଂଗେ ସେହିଠାରେ ହିଁ ସେମାନେ ବ୍ୟାଙ୍କ ମେସେଜ ଜରିଆରେ ୧୫ଶହ ଟଙ୍କାର ସହାୟତା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିବାର ଦେଖିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close