ସାମ୍ବାଦିକ ବାବୁରାମ ଜେନାଙ୍କ ପିତୃ ବିୟୋଗ; ବିଭିନ୍ନ ମହଲରେ ଶୋକ

ବ୍ୟାସନଗର, ୭।୯(ଉ. ନ୍ୟୁଜ୍ ବ୍ୟରୋ): ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ମାର୍ଗଦର୍ଶକ ବରିଷ୍ଠ ସାମ୍ବାଦିକ ବାବୁରାମ୍ ଜେନାଙ୍କ  ବାପା ବାବନ ଚରଣ ଜେନାଙ୍କର  ଆଜି ସଂଧ୍ୟା ୫.୨୫ ମିନିଟ ସମୟରେ ୮୮ ବର୍ଷ ବୟସରେ ଭଦ୍ରକ ଜିଲାର ମଂଜୁରୀ ସ୍ଥିତ ବାସଭବନରେ ପରଲୋକ ଘଟିଛି । ନିଜ ଅଂଚଳର ବିକାଶ ଲାଗି ଜଣେ ସଂଗ୍ରାମୀ ଭାବେ ସେ ଯୁବକ ସମୟରୁ ନିଜକୁ ସମର୍ପଣ କରି ବହୁ ପ୍ରସିଦ୍ଧି ଲାଭ କରିଛନ୍ତି। ଜଣେ ପ୍ରତିଷ୍ଠିତ ଶିଳ୍ପୀ ଭାବେ ଯାଜପୁର ଓ  ଭଦ୍ରକ ଜିଲାରେ ତାଙ୍କର ସ୍ବତନ୍ତ୍ର ସୁଖ୍ୟାତି ରହିଛି। କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ ଆଜି ସଂଧ୍ୟାରେ ତାଙ୍କର ପରଲୋକ ଘଟିଛି। ଖବର ପାଇ ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ସଭାପତି ହାରାଧନ ବାନାର୍ଜୀ, ସାଧାରଣ  ସଂପାଦକ ଚିନ୍ତାମଣି ପାଢୀଙ୍କ ସମେତ ସମସ୍ତ ସଦସ୍ୟ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।  ତାଙ୍କ ମୃତ୍ୟୁ ଖବର ପାଇ ପାରିବାରିକ ବନ୍ଧୁ ତଥା ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଶୋକବ୍ୟକ୍ତ କରି ମୋର ଜଣେ ପରମ ବନ୍ଧୁଙ୍କୁ ହରାଇଲି ବୋଲି କହିଛନ୍ତି। ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ, ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ,କୋରେଇ  ବିଧାୟକ ଅଶୋକ ବଳ, ପ୍ରାକ୍ତନ ବିଧାୟକ ଆକାଶ ଦାସ ନାୟକ, ସଂଚିତା ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୌରାଧ୍ୟକ୍ଷା ସଂଗୀତା ପିଂଗୁଆ, ଉପ ନଗରପାଳ ସୁବାସ ବଳ, ଜିଲ୍ଲା ବିଜେଡି ସଭାନେତ୍ରୀ ସବିତା ରାଉତ, ପ୍ରାକ୍ତନ ନଗରପାଳ ରସାନନ୍ଦ ମହାନ୍ତି, ପ୍ରାକ୍ତନ ଉପ ନଗରପାଳ ହୃଦାନନ୍ଦ ସାମଲ, ପ୍ରମୋଦ କୁମାର ପରିଡ,  ସମାଜସେବୀ ପ୍ରଫୁଲ୍ଲ କୁମାର ବୋଇତାଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମବେଦନା ଜଣାଇଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ ନାତି ନାତୁଣୀ ପରିବାର ବର୍ଗୁ, ବନ୍ଧୁ ପରିଜନ ଉପସ୍ଥିତ ଥିବାବେଳେ ଯାଜପୁରର ବାରୁଣୀ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମଝିଆ ପୁଅ ପ୍ରସନ୍ନ କୁମାର ଜେନା ମୁଖାଗ୍ନୀ ଦେଇଥିବାବେଳେ ବାରୁଣୀ ପଡିଆରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ୰ ଶ୍ରୀଯୁ୍‌କ୍ତ ଜେନାଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close