ଅସରାଏ ବର୍ଷାରେ ବେହାଲ ଚଉଦକୁଲାଟ ଚାରିଛକ ମେନ୍ ରୋଡ; ଲୋକେ ହନ୍ତସନ୍ତ

କେନ୍ଦ୍ରାପଡ଼ା, ୨୮/୯(ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରପଡ଼ା ଜିଲ୍ଲାର ଚଦକୁଲାଟ ଚାରିଛକ ମେନ୍ ରୋଡର ଦୃର୍ଶ୍ୟ ବର୍ଷା ଦିନେ ପଥଚାରୀଙ୍କୁ ହନ୍ତସନ୍ତ କରିବା ସହ ଏହି ରାସ୍ତାରେ ଯାତ୍ରା କରିବା ଏବେ କଷ୍ଟକର ହୋଇପଡିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଲହଡ଼ି ମାରୁଛି । ଗତ ୦୪ ଦିନ ତଳେ ଏଠାରେ ବର୍ଷା ହୋଇଥିଲା । ହେଲେ ଆଜି ବି ଚଦକୁଲାଟ ଚାରିଛକ ମେନ୍ ରୋଡରେ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ସାଇକେଲ ଚାଳକ, ବାଇକ ଆରୋହୀ, ଛୋଟ ପିଲା, ବୟସ୍କ ଆଦିମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଦୀର୍ଘ ଦିନ ହେଲା ଏହି ସମସ୍ୟା ପ୍ରତି ଧ୍ୟାନ ନ ଦିଆଯିବା କାରଣରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି । ହେଲେ ଏହି ରାସ୍ତା ଦେଇ ଦାଣ୍ଡିସାହି ନିକଟସ୍ଥ ବାଲିଘାଟରୁ ନିୟମିତ ବାଲି ବୋଝେଇ ଟ୍ରକ, ହାଇୱା ଆଦି ଭାରୀଯାନ ଚଳାଚଳ କରିଆସୁଛି । ସେଥିପାଇଁ କିଛି ପ୍ରଭାବଶୀଳ ବ୍ୟକ୍ତି ଭାରି ତତ୍ପର ଦେଖାଯାନ୍ତି । ଏହି ରାସ୍ତାରେ ୦୯ଟି ଗ୍ରାମ ଓ ଚନ୍ଦନପୁର, ଦାଣ୍ଡିସାହି, ବାଲିପଡ଼ା ଆଦି ପଂଚାୟତର ପ୍ରାୟ ୧୫ରୁ ୨୦ ହଜାର ଲୋକେ ପ୍ରତ୍ୟହ ଚଳାଚଳ କରିଥାନ୍ତି । ହେଲେ ଏମାନଙ୍କ ଏହି ସମସ୍ୟାକୁ ବୁଝିବା ପାଇଁ ଯେପରି କେହି ନାହାନ୍ତି । ରାସ୍ତା ନିର୍ମାଣ ବେଳେ ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ କରାଯାଇ ରାସ୍ତାରେ ଜମୁଥିବା ବର୍ଷା ପାଣିକୁ ନିକଟସ୍ଥ କେନାଲରେ ପକାଇବାର ବ୍ୟବସ୍ଥା କରାଯାଇଥିଲେ ଆଜି ଏଭଳି ଅବସ୍ଥା ଭୋଗିବାକୁ ପଡୁ ନ ଥାନ୍ତା । ଜଗତପୁର-ସାଲେପୁର-କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ-ଚାନ୍ଦବାଲି ରାଜ୍ୟ ୯ନଂ (କ) ସଡ଼କର କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ ରାସ୍ତାର ଗୋଗୁଆ ଛକକୁ ଏହି ରାସ୍ତା ସଂଯୋଗ କରୁଛି । ଲୋକଙ୍କ ଦୀର୍ଘ ଦିନର ଏହି ସମସ୍ୟା ପ୍ରତି ସରକାର ଓ ବିଭାଗୀୟ ଯନ୍ତ୍ରୀ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close