ଯାଜପୁର ରୋଡ଼ ବ୍ୟାସନଗର ପୋଲିସ ପକ୍ଷରୁ ବାଇକ ଯାଞ୍ଚ ପ୍ରକ୍ରିୟା ଜୋରଧରିଛି

ବ୍ୟାସନଗର; ୦୬/୧୨: ଦୀର୍ଘ ଦୁଇ ଦିନ ହେଲା ଲଗାତାର ବ୍ୟାସନଗର ଅଞ୍ଚଳରେ ବାଇକ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ଅଞ୍ଚଳରେ କିଛି ମୁଖ୍ୟ ଛକ ନିକଟରେ ପୋଲିସ ପକ୍ଷରୁ ବାଇକ ଗୁଡିକୁ ଯାଞ୍ଚ କରାଯାଉଛି। ପରିବହନ ବିଭାଗର ନିର୍ଦେଶ ଅନୁସାରେ ବାଇକ ଚାଳକ ତଥା ବାଇକ ପଛରେ ବସିଥିବା ବ୍ୟକ୍ତିଙ୍କ ହେଲମେଟ ବାଧ୍ୟତାମୂଳକ କରାଯାଇଛି।ବାଇକ ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାଞ୍ଚ ପ୍ରକ୍ରିୟାକୁ ସାରା ଓଡ଼ିଶାରେ କଡାକଡି କରାଯାଇଛି।ଯାଞ୍ଚ ସମୟରେ ଧରାପଡିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଡ୍ରାଇଭିଂ ଲାଇସେନ୍ସ କୁ ବାତିଲ ମଧ୍ୟ କରାଯାଉଛି। ଲଗାତାର ପରିବହନ ବିଭାଗର ନିର୍ଦ୍ଦେଶ ଥିବା ସତ୍ୱେ ଲୋକେ ମାନୁ ନଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close