ଓଏସଏସଟିଇଟି ଆବେଦନର ସମୟ ସୀମା ଜୁଲାଇ ୧୮ ତାରିଖକୁ ବୃଦ୍ଧି

ଭୁବନେଶ୍ବର ; ୧୧/୦୭ (ବ୍ୟୁରୋ) : ଓଏସ୍‌ଏସ୍‌ଟିଇଟି ଆବେଦନର ଶେଷ ତାରିଖ କୁ ବୃଦ୍ଧି କରାଯାଇଛି। ଓଏସଏସଟିଇଟି(ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା), ଚୁକ୍ତିଭିତ୍ତିକ ଶିକ୍ଷକ ଓ ବିଏଡ୍‌ ନିୟମାବଳୀରେ ସମନ୍ବୟ ରହୁ ନଥିବାରୁ ଓଡ଼ିଶାର ବହୁ ବିଏଡ୍‌ ଛାତ୍ରଛାତ୍ରୀ ଓଏସଏସଟିଇଟିରେ ଭାଗ ନେବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ କରିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ନିୟମାବଳୀରେ ସଂଶୋଧନ କରାଯାଇଛି। ସ୍ନାତକରେ ୨୦୦ ମାର୍କ ବାଧ୍ୟତାମୂଳକ ବ୍ୟବସ୍ଥା ହଟାଇ ଦିଆଯିବା ସହ ସମସ୍ତ ବିଏଡ୍‌ ତାଲିମଧାରୀଙ୍କୁ ଓଏସଏସଟିଇଟିରେ ଭଗନେବା ଲାଗି ଅନୁମତି ମିଳିଛି। ଏଥିସହ ଓଏସ୍‌ଏସ୍‌ଟିଇଟି ଆବେଦନ ଲାଗି ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆବେଦନର ଶେଷ ସମୟ ସୀମା ଜୁଲାଇ ୧୩ ରଖାଯାଇଥିବା ବେଳେ ଏବେ ତାହା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close