୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ସହ ଗଣଶିକ୍ଷା SC/ST ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର;୨୧/୦୭ (ନି ପ୍ର ) :  ଜୁଲାଇ ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଗଣଶିକ୍ଷା, SC/ST ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ । ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲରେ ହଷ୍ଟେଲ ଖୋଲିବ ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ SOP ଜାରି କରାଯାଇଛି । ବହୁଦିନ ପରେ ଅଫ୍‌ଲାଇନ୍‌ରେ ପାଠପଢ଼ିବେ ପିଲା। ସ୍କୁଲ କିପରି ଖୋଲିବ ସେ ନେଇ ବିଭାଗ ପକ୍ଷରୁ ଯୋଜନା ହୋଇସାରିଛି। ଏ ନେଇ ରବିବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଭାଗୀୟ ମନ୍ତ୍ରୀ, ସଚିବ ଉପସ୍ଥିତ ରହି ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍‌ଓପି କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଣଶିକ୍ଷା ସଚିବ କହିଛନ୍ତି “ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ। ଅଭିଭାବକ ମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସିପାରିବେ ପିଲା । ଦଶମ ଓ ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ।” କୋଭିଡକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ସାନିଟାଇଜେସନ, ମାସ୍କ, ଇତ୍ୟାଦି ବ୍ୟବହାର ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସାମାଜିକ ଦୂରତା ସହ କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା । ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ମାସ୍କ । ନିୟମିତ ଭାବେ ପୁରା ସ୍କୁଲ୍‌କୁ ବିଶୋଧନ କରାଯିବ । ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ । ତାସହିତ ସ୍କୁଲ୍‌ରେ ଆଇସୋଲେସନ ରୁମ ବି ରହିବ । ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କିଛି ଦିନ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏବେ ହଷ୍ଟେଲ ଖୋଲିବ ବୋଲି ଅନୁମତି ଦେଇଛନ୍ତି । ଏ ନେଇ ଏକ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଥିଲେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close