ଡ଼ଃ ଦେବବ୍ରତ ସ୍ୱାଇଁଙ୍କ ‘ଶିମିଳିପାଳର ଅଜଣା କଥା: ହାତୀ ଏବଂ କଳାଟିଆ ବାଘର ଅଦ୍ଭୁଦ ଦୁନିଆ’ ଶୀର୍ଷକ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

 

ଭୁବନେଶ୍ୱର,୧୬/୭(ଉ.ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଲୋକାୟୁକ୍ତର ସଦସ୍ୟ ତଥା ବିଶିଷ୍ଟ ଲେଖକ ଡ଼ଃ. ଦେବବ୍ରତ ସ୍ୱାଇଁଙ୍କ ଲିଖିତ ‘ଶିମିଳିପାଳର ଅଜଣା କଥା: ହାତୀ ଏବଂ କଳାଟିଆ ବାଘର ଅଦ୍ଭୁଦ ଦୁନିଆ’ (Secrets of Similipal: A Wonderland of Elephants & Melanistic Tigers) ଶୀର୍ଷକ ପୁସ୍ତକଟିକୁ ଲୋକାର୍ପିତ କରିଛନ୍ତି । ଏହି ପୁସ୍ତକଟି ‘ସେଭ୍ ଏଲିଫ୍ୟାଂଟ ଫାଉଣ୍ଡେସନ ଟ୍ରଷ୍ଟ’, ଓଡ଼ିଶା ଓ ‘ଦୟା ପବ୍ଲିସିଙ୍ଗ ହାଉସ’, ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ ହୋଇଛି ।
ସୂଚନାଯୋଗ୍ୟ, ୨୭୫୦ ବର୍ଗ କି.ମି ପରିମିତ ଅଂଚଳକୁ ନେଇ ମୟୁରଭଂଜ ଜିଲ୍ଲାରେ ଅବସ୍ଥିତ ‘ଶିମିଳିପାଳ’ ଉଦ୍ୟାନ ଓଡ଼ିଶାର ଗର୍ବ ଓ ଗୈାରବର ଗାଥା ବହନ କରିଆସୁଛି । ୧୯୭୩ ମସିହାରେ ଶିମିଳିପାଳ ବ୍ୟାଘ୍ର ପକ୍ରଳ୍ପ ଭାବେ ଭାରତ ସରକାରଙ୍କ ଠାରୁ ସ୍ୱୀକୃତି ପାଇ ପ୍ରସିଦ୍ଧି ଲାଭ କରିଛି । ଏହା ୧୯୯୪ରେ ଜୈବ ମଣ୍ଡଳର ମାନ୍ୟତା ପାଇଛି । ୨୦୦୯ ମସିହାରେ ଏହା ‘ୟୁନିସ୍କୋ’ (UNISEF) ଦ୍ୱାରା ଆର୍ନ୍ତଜାତୀୟ ଜୈବ ମଣ୍ଡଳ ଭାବେ ମଧ୍ୟ ସ୍ୱୀକୃତି ପ୍ରାପ୍ତ ହୋଇ ଓଡ଼ିଶା ପାଇଁ ଗୈାରବ ଆଣିଦେଇଛି । ଶିମିଳିପାଳ ମଧ୍ୟ ମୟୁରଭଂଜ ଜିଲ୍ଲା ‘ହସ୍ତି ସରଂକ୍ଷିତ’ ଅଂଚଳର ଏକ ପ୍ରମୁଖ ଅଂଶବିଶେଷ ।
ସୂଚନାଥାଉକି, ପୁସ୍ତକର ଲେଖକ ଡ଼ଃ. ସ୍ୱାଇଁ ଶିମିଳିପାଳର ଅନେକ ଜଣା ଓ ଅଜଣା ବିଷୟକୁ ତାଙ୍କ ପୁସ୍ତକରେ ସ୍ଥାନିତ କରି ପାଠକୀୟ ଆଦୃତି ପାଇଁ ପ୍ରୟାସ କରିଛନ୍ତି । ଏହି ପୁସ୍ତକରେ ଶିମିଳିପାଳର ସବୁ ଦିଗ ପ୍ରତି ଡ଼ଃ. ସ୍ୱାଇଁ ଧ୍ୟାନ ଦେଇ ସୁଚନା ପ୍ରଦାନ କରିଥିବାର ଦେଖାଦେଇଛି । ଏଥିରେ ଶିମିଳିପାଳର ୧୩୫୯ ପ୍ରଜାତିର ଉଦ୍ଭିଦ (ସେଥିରେ ଔଷଧ ପାଇଁ ବ୍ୟବହୃତ ହେଉଥିବା ବୃକ୍ଷ, ଗୁଳ୍ମ ଓ ଲତାମାନ ରହିଛି), ୯୮ ପ୍ରଜାତିର ଅର୍କିଡ, ୧୪୧ ପ୍ରଜାତିର ଲାଇକେନ, ୬୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୮୫ ପ୍ରଜାତିର ପକ୍ଷୀ, ୨୩ ପ୍ରଜାତିର ଉଭୟଚର ପ୍ରାଣୀ, ୭୦ ପ୍ରଜାତିର ସରୀସୃପ, ୬୬ ପ୍ରଜାତିର ମତ୍ସ୍ୟ ଏବଂ ୧୩୩ ପ୍ରଜାତିର କୀଟପତଙ୍ଗ ଆଦିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
ପୁସ୍ତକରେ ୦୭ଟି ଅଧ୍ୟାୟ ରହିଛି । ଯଥା:- ୧) ଭୂଖଣ୍ଡ, ୨) ଜଙ୍ଗଲ, ୩) ଜୀବଜନ୍ତୁ, ୪) ଜନଜାତି, ୫) ପରିଚାଳନା, ୬) ଜୀବଜନ୍ତୁଙ୍କ ଚଲାପଥ ଏବଂ ୭) ଉପସଂହାର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଲେଖକ ନବୀନ ପଟ୍ଟନାୟକ ମହୋଦୟ ଏହି ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି, ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଉଦ୍ଭିଦ ଓ ଜୀବଜନ୍ତୁର ଅଦ୍ଭୁଦ ସମାହାର । ଏଠାରେ ଉତର, ଦକ୍ଷିଣ, ପଶ୍ଚିମ, ତଥା ଉତର-ପୂର୍ବ ଭାରତର ଉଦ୍ଭିଦ ଓ ବନ୍ୟ ଜୀବଜନ୍ତୁ ଦୃର୍ଶ୍ୟମାନ ହୁଅନ୍ତି । ସେ ଆହୁରି ଲେଖିଛନ୍ତି ଯେ, ଡ଼ଃ. ସ୍ୱାଇଁଙ୍କ ଦ୍ୱାରା ଲିଖିତ ପୁସ୍ତକଟି ଶିମିଳିପାଳକୁ ସରଂକ୍ଷଣ କରିବାରେ ସଚେତନତା ସୃଷ୍ଟି କରିବା ସହିତ ଗବେଷଣା ଓ ପରିଚାଳନାରେ ଉପଯୋଗୀ ହୋଇପାରିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଡ଼ଃ. ସ୍ୱାଇଁ ଏପ୍ରିଲ ୨୦୦୨ରୁ ନଭେମ୍ବର ୨୦୦୭ ପର୍ଯ୍ୟନ୍ତ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ଭାବେ ସଫଳତା ଓ ଦକ୍ଷତାର ସହ କାର୍ଯ୍ୟକରିଥିଲେ । ସେ ମଧ୍ୟ ଜାତୀୟ ବ୍ୟାଘ୍ର ସରଂକ୍ଷଣ ପ୍ରାଧିକରଣ ସଂସ୍ଥାର ମୁଖ୍ୟ ଭାବେ ନୂଆଦିଲ୍ଲୀରେ ସଫଳତାର ସହ କାର୍ଯ୍ୟ କରି ଆସିଛନ୍ତି । ଡ଼ଃ. ସ୍ୱାଇଁ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସରଂକ୍ଷକ (P.C.C.F) ତଥା ଓଡ଼ିଶା ବନ ବିଭାଗର ମୁଖ୍ୟ ଭାବେ ଅତ୍ୟନ୍ତ ସଫଳତା ଓ ଦକ୍ଷତାର ସହ କାର୍ଯ୍ୟ କରି ୨୦୧୯ ମସିହାରେ ଦାୟିତ୍ୱରୁ ଅବସର ଗ୍ରହଣ କଲା ପରେ ଏବେ ଓଡ଼ିଶା ଲୋକାୟୁକ୍ତରେ ସଦସ୍ୟ ରୂପେ କାର୍ଯ୍ୟରତ ଅଛନ୍ତି । ସେ ଜଣେ ଜ୍ଞାନୀ, ଗୁଣୀ ଓ ଅମାୟିକ ଉଚ୍ଚ ଅଧିକାରୀ ଭାବେ ବେଶ ଜଣାଶୁଣା । ତାଙ୍କର ସାରସ୍ୱତ ସୃଷ୍ଟି ଏବଂ ଶିମିଳିପାଳ ସମ୍ବନ୍ଧୀୟ ତାଙ୍କର ଏହି ଉଚ୍ଚକୋଟୀର ପୁସ୍ତକଟି ପାଠକୀୟ ଆଦୃତ ସହ ବିଭିନ୍ନ ମହଲରେ ସୂଚନାଧର୍ମୀ ପୁସ୍ତକ ଭାବେ ସହାୟକ ହେବ ବୋଲି ଆଶା କରାଯାଏ । ‘ଉଦୟବଟ’ର ସଂପାଦକ ତଥା ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତ ଡ଼ଃ. ସ୍ୱାଇଁଙ୍କ ଏହି ସାରସ୍ୱତ ସୃଷ୍ଟି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଏହାର ପାଠକୀୟ ଆଦୃତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close