ଅବସରପ୍ରାପ୍ତ ପ୍ରଶାସକ ରାମଚନ୍ଦ୍ର ନାୟକଙ୍କ ପରଲୋକ

ଯାଜପୁର,୧୯/୧୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଶାସକ, ବରିଷ୍ଠ ସମାଜସେବୀ ତଥା କଳାକାର ରାମଚନ୍ଦ୍ର ନାୟକଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି । ଗ୍ରାମରେ ଏକ ଶୋଭାଯାତ୍ରାରେ ଶବ ପରିକ୍ରମା ପରେ ଗାଁ ମଶାଣୀରେ ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ୍ୟ ଶଯ୍ୟା ନିକଟରେ ତାଙ୍କର ଦୁଇପ୍ରୁଅ ଅନାଦି ଏବଂ ଓସାକ୍ସ କର୍ମଚାରୀ ସଂଘର ଉପସଭାପତି ଅଶୋକ କୁମାର ନାୟକଙ୍କ ସମେତ ଚାରି ଭଉଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଶବ ଶୋଭାଯାତ୍ରାରେ ବରିଷ୍ଠ ସମାଜସେବୀ ସନ୍ତୋଷ ବିଶ୍ୱାଳ, ନକୁଳ ନାୟକ, ସଂଜୟ ରାୟ ପ୍ରମୁଖଙ୍କ ସମେତ ଶତାଧିକ ଜନସାଧାରଣ ସାମିଲ ଥିଲେ । ଅନ୍ତିମ ସଂସ୍କାରରେ ତାଙ୍କର ଜ୍ୱାଇଁ ପ୍ରଫୁଲ୍ଲ ପାଳ, ସରୋଜ ସାମଲ, ଅମିତାଭ ବେଉରିଆ ଏବଂ ଜ୍ୱାଇଁ ତଥା ବି.ଜେ.ଡି ନେତା ଏବଂ ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ସାମିଲ ଥିଲେ । ସ୍ୱର୍ଗତ ରାମଚନ୍ଦ୍ର ଜଣେ ଅବସରପ୍ରାପ୍ତ ପ୍ରଶାସକ ଭାବେ କେ.ବି.କେ ଜିଲ୍ଲାରେ କାର୍ଯ୍ୟ କରି ବେଶ ଲୋକପ୍ରୀୟ ହୋଇଥିଲେ । କୋରାପୁଟର ଲକ୍ଷ୍ମୀପୁରର ଅଫିସର୍ସ କ୍ଲବ ଏବଂ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭ୍ୟ ଥିଲେ । ସେ ଜଣେ ମଂଚ କଳାକାର ନିର୍ଭିକ, ସଂଗ୍ରାମୀ ବ୍ୟକ୍ତି ଏବଂ ବିଜୁ ଲିଗାସୀର ବଡ ପ୍ରଚାରକ ଭାବେ ବେଶ ସୁଖ୍ୟାତି ଅର୍ଜନ କରିଥିଲେ । ଅତୀତରେ ପ୍ରଜା ଆନ୍ଦୋଳନ ସମୟରେ ତାଙ୍କର ପରିବାର ନେତୃତ୍ୱ ନେଉଥିବା ବେଳେ ତାଙ୍କର ଭାଇ ବାବାଜି ଚରଣ ନାୟକ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଅଟନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close