ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ୩ୟ ଦିନରେ: ଆସନ୍ତା ୧୯ରେ ଅର୍ଥନୈତିକ ଅବରୋଧ ଓ ବ୍ୟାସନଗର ବନ୍ଦ

ବ୍ୟାସନଗର, ୧୦.୦୪: କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବିକୁ ନେଇ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଓ ଧର୍ମଘଟ ଆଜି ୩ୟ ଦିବସରେ ପହଞ୍ଚିଛି । ଆଜି ଧାରଣା ସ୍ଥଳରେ ନାଗରିକ କମିଟି ସଭାପତି ଡଃ ହେମନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆବାହକ ମଣ୍ଡଳୀ ସଭ୍ୟ ମାନଙ୍କୁ ନେଇ ଏକ ଜରୁରୀ ବୈଠକରେ ଅନୁଷ୍ଠିତ ହୋଇଥିଲା।ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ଏପ୍ରିଲ ୧୯ ତାରିଖ ବୁଧବାର ସମ୍ପୂର୍ଣ୍ଣ ବ୍ୟାସନଗର ବନ୍ଦ ଓ ଅର୍ଥନୈତିକ ଅବରୋଧ କରାଯିବ। ଉକ୍ତ ବନ୍ଦ ଓ ଅର୍ଥନୈତିକ ଅବରୋଧକୁ ନାଗରିକ କମିଟି, ସହରର ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ, ଶହୀଦ ଭଗତ ସିଂହ ଯୁବକ ସଂଘ, ଓକିଲ ସଂଘ, କୋରେଇ ସଂଗ୍ରାମ ସମିତି, ନେତାଜୀ ସ୍ମୃତି ସଂସଦ,ସିଆଇଟିୟୁ,ସିଭିଲ ସୋସାଇଟ୍, ବିଭିନ୍ନ ସ୍ବେଛାସେବୀ ସଂଗଠନ, ଗଣ ସଂଗଠନ ସମେତ ସମସ୍ତ ରାଜନୈତିକ ଦଳ ସମର୍ଥନ କରିବା ପାଇଁ ସନ୍ମତି ଦେଇଛନ୍ତି ଏବଂ ଧାରଣା ଯେପରି ଚାଲୁଛି ସେହିପରି‌ ୧୯ ତାରିଖ ଯାଏ ମଧ୍ୟ ଚାଲୁ ରହିବ ବୋଲି ନାଗରିକ କମିଟି ସମ୍ପାଦକ ତଥା ଆବାହକ ମଣ୍ଡଳୀ ସଭ୍ୟ ଦୁର୍ଯ୍ୟୋଧନ ରାଉତ ପ୍ରକାଶ କରିଛନ୍ତି । ବୈଠକରେ ଆବାହକ ମଣ୍ଡଳୀ ସଭ୍ୟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଡଃ ଦୁଷ୍ମନ୍ତ କୁମାର ନାୟକ, ପୂର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ରାଜେନ୍ଦ୍ର ବିଶ୍ବାଳ, ଚନ୍ଦ୍ରମଣି ସାମଲ, ବିବେକାନନ୍ଦ ମହାନ୍ତି, ନରେନ୍ଦ୍ର ଜେନା, ହୃଷିକେଶ ସାହୁ, ସଦାଶିବ ଦାଶ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ଦେବେନ୍ଦ୍ରନାଥ ପାଣିଗ୍ରାହୀ, ଜ୍ଞାନରଞ୍ଜନ ରାଉତ, ସରୋଜ କୁମାର ଦେ, ଦାମୋଦର ପଣ୍ଡା, ଅଭିରାମ ରାଉତ, ଅଭିରାମ ସାହୁ, ସୁରେଶ ସାହୁ, ରଘୁନାଥ ବେହେରା , ରମେଶ ବିଶ୍ବାଳ ଓ ଅସିତ୍ କୁମାର ଦାସ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୫ ଦଫା ଗୁଡିକ ମଧ୍ୟରେ ପୌରାଞ୍ଚଳରେ ଗୃହ ଟିକସ ବୃଦ୍ଧି, ରେଳବାଇର ଫ୍ଲାଇଓଭର ବ୍ରିଜ୍ ଓ ଗଳିପୋଲ,୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସାଲିଷ୍ଟ ଡାକ୍ତରଖାନା, ବ୍ୟାସ ସରୋବରରୁ ଗ୍ରୀନ ଟ୍ରିବୁନାଲ ହଟାଇବା, ଜମିଜମା ସମସ୍ୟା ଓ ବିଦ୍ୟୁତ ସମସ୍ୟାର ସମାଧାନ ଇତ୍ୟାଦି ରହିଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close