ଆଦିବାସୀ ସମାଜର ପୁନଃନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପତ୍ର
ଯାଜପୁର ; ୧୪/୦୭ (ଉ.ନ୍ୟୁଜ୍ ବ୍ୟୁରୋ): ଆଦିବାସୀ ସେଂଗେଲ ଅଭିଯାନର ରାଷ୍ଟ୍ରୀୟ ଆଦିବାସୀ ନେତା ସାଲଖାନ ମୂର୍ମୁଙ୍କ ନେତୃତ୍ୱରେ ଆଦିବାସୀ ସମାଜର ପନଃ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ସମାଜରେ ବର୍ତ୍ତମାନ ନିଶା ଦ୍ରବ୍ୟ ସେବନ, ବାଲ୍ୟ ବିବାହ, ବେଆଇନ ଭାବେ ସାମାଜିକ ବାସନ୍ଦ, ନାରୀ ନିର୍ଯ୍ୟାତନା, ଅନ୍ଧବିଶ୍ୱାସକୁ ନେଇ ଡାହାଣୀ ପରିଚୟ ଦେଇ ହତ୍ୟା କରିବା ଆଦି ଆଦିବାସୀ ସମାଜରେ ଅପ୍ରୀତିକର ସମସ୍ୟାକୁ ନେଇ ରୀତିନୀତି ଖରାପ ଆଡକୁ ଗତି କରୁଥିବା ଦେଖି ଆଦିବାସୀ ସେଂଗେଲ ଅଭିଯାନର ରାଷ୍ଟ୍ରୀୟ ନେତା ସାଲଖାନ ମୂର୍ମୁଙ୍କ ନେତୃତ୍ୱରେ ଆଦିବାସୀ ସମାଜର ପୁନଃନିର୍ମାଣ ପାଇଁ ଭାରତରେ ଘୋଷଣା ଜାରି କରିଛନ୍ତି। ଏ ନେଇ ଯାଜପୁର ଜିଲ୍ଲା ଆଦିବାସୀ ସେଂଗେଲ ଅଭିଯାନର କମିଟି କର୍ମକର୍ତ୍ତାମାନେ ଘୋଷଣା କ୍ରମେ କାର୍ଯ୍ୟ ଜାରି ରଖିଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଆଦିବାସୀ ସମାଜକୁ ନୂତନ ସମାଜ ତଥା ନିଶାମୁକ୍ତ ସମାଜ, ଅନ୍ଧବିଶ୍ୱାସ ମୁକ୍ତ ସମାଜ, ସମାଜ ବାସନ୍ଦ ମୁକ୍ତ ସମାଜ ନିର୍ମାଣ ପାଇଁ ଆଦିବାସୀ ସେଂଗେଲ ଅଭିଯାନର ତତ୍ପରତା ଜାରି ରହିଛି ।