ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ବ୍ୟାସନଗର ବିଜେପି ତରଫରୁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଦାବିପତ୍ର

ବ୍ୟାସନଗର,୨୦/୮: ଆଜି କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ବ୍ୟାସନଗର ବିଜେପି କାର୍ଯ୍ୟକର୍ତାମାନେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ କରି ବିଭିନ୍ନ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରି ପରେ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ୭ଗୋଟି ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

ବିଗତ ଦିନରେ ବିଜେପି ଓ ବିଭିନ୍ନ ସଂଗଠନ ତରଫରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ତାହାର ସୁଫଳ ମିଳି ନାହିଁ । ଏଠାରେ ପ୍ରଶାସନ ତଥା ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିଥିବାର ଅଭିଯୋଗ ହେଉଛି । ଏଠାରେ ୧୯ ଜଣ ଚିକିତ୍ସକ ରହିବାର ଆବଶ୍ୟକ ଥିବା ସ୍ଥଳେ ୩ ରୁ ୪ଜଣ ଚିକିତ୍ସକ କାର୍ଯ୍ୟ କରନ୍ତି । ରକ୍ତ ଭଣ୍ଡାର ମାତ୍ର କିଛି ସମୟ ପାଇଁ କାର୍ଯ୍ୟ କରୁଛି । ଏଭଳି ଅନେକ ସମସ୍ୟା ଏଠାରେ ରହିଛି । ଏହିସବୁ ସମସ୍ୟାକୁ ନେଇ ଶ୍ରୀ ନାୟକ ମେଡ଼ିକାଲ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟିଙ୍କ ସହିତ ଆଲୋଚନା କରିଥିଲେ। ଏହି ଦାବି ପ୍ରଦାନ କାର୍ଯ୍ୟକ୍ରମରେ ବିଜେପି ବ୍ୟାସଦେବ ମଣ୍ଡଳ ସଭାପତି ଅଚୁତାନନ୍ଦ ଦାସ, କାର୍ଯ୍ୟକାରୀ ସଭାପତି ନିରଂଜନ ଘଡେଇ, କୋରେଇ ସଂଯୋଜକ ବିକ୍ରମ ବିଶ୍ଵାଳଙ୍କ ସମେତ ବହୁ ବିଜେପି ନେତା, ବହୁ ସମାଜସେବୀ,ସାମ୍ବାଦିକ ପ୍ରମୁଖ ଯୋଗଦେଇଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close