ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ପ୍ରଦାନ

ନୂଆଦିଲ୍ଲୀ;୦୫/୦୯ ( ବ୍ୟୁରୋ): ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ମାନିତ କରିଛନ୍ତି । ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ । ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଆଦର୍ଶ ଶିକ୍ଷକ ହେବା । ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଲେ ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ । ସ୍କୁଲର ବିକାଶକୁ ନୂଆ ଦିଶା ଦେଇଛନ୍ତି ଅଶୋକ କୁମାର ଶତପଥୀ । ପୁରାତନ ଛାତ୍ରଙ୍କ ସହ ମିଶି ସ୍କୁଲର ଭିତ୍ତିଭୂମିର ବିକାଶ କରାଇଛନ୍ତି । ସେହିପରି କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ ଅଭିନବ ଉପାୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିଲେ । ଗୀତ ମାଧ୍ୟରେ ପିଲାଙ୍କୁ ପାଠ ପଢ଼ାନ୍ତି ଅଜିତ ସାର । ତାଙ୍କର ପଢ଼ାଇବା ଶୈଳୀ ବି ଛାତ୍ରଛାତ୍ରୀଙ୍କୁ ବେଶ ପସନ୍ଦ ଆସିଥାଏ । ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକଙ୍କୁ କିଛି ପରାମର୍ଶ ଦେବା ସହ ଗୁରୁ-ଶିକ୍ଷ୍ୟ ପରମ୍ପରା ବାବଦରେ ନିଜ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close