‘ଆତ୍ମ ନିର୍ଭର ଭାରତ’ ଯୋଜନାରେ ଭୁବନ ମହୁଳପାଳରେ ‘ଗ୍ରାମୀଣ ଇ-ଷ୍ଟୋର’ ଉଦ୍‌ଘାଟିତ

ଭୁବନ, ୨୮/୧୧(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅର୍ନ୍ତଗତ କଣପାଳ ସାମିଲ ମହୁଳପାଳ ଗ୍ରାମ ପଂଚାୟତର ନୂଆ ହାଟ ଠାରେ ‘ଗ୍ରାମୀଣ ଇ-ଷ୍ଟୋର’ ଗତ କାଲି ଶୁକ୍ରବାର ଉଦ୍‌ଘଘାଟିତ ହୋଇଯାଇଛି । ଏହାକୁ ସ୍ଥାନୀୟ ସରପଂଚ ମମତା ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।ଏହି ‘ଇ-ଷ୍ଟୋର’ ଜରିଆରେ ଆବଶ୍ୟକୀୟ ଅତ୍ୟାବଶ୍ୟକ ଦ୍ରବଗୁଡିକ ସଠିକ୍ ମୂଲ୍ୟରେ ମିଳିପାରିବ । ଲୋକେ ଘରେ ବସି ଏହି ଇ-ସେବା ଜରିଆରେ ସେମାନଙ୍କର ବରାଦ କରିଥିବା ସାମଗ୍ରୀ ପାଇପାରିବେ । ଉକ୍ତ ଡିଜିଟାଲ ସେବା ଜରିଆରେ ସିଏସସି ଗ୍ରାମୀଣ ଇ-ଷ୍ଟୋର ଆପ୍ ମାଧ୍ୟମରେ ନିଜ ଆବଶ୍ୟକୀୟ ଜିନିଷ ମଗାଇ ପାରିବେ । ସାଧାରଣ କୃଷକ ମଧ୍ୟ ନିଜ ଉତ୍ପାଦିତ ସାମଗ୍ରୀକୁ ଏହି ସେବା ଜରିଆରେ ଉଚିତ ମୂଲ୍ୟରେ ବିକ୍ରୟ କରି ପାରିବ । ଓଡ଼ିଶାର ମୋଟ ୩୧୪ଟି ବ୍ଲକରେ ଏହି ସେବା ଉପଲବ୍ଧ ହେବାର ଆଶା ରଖାଯାଇଛି । କୋଭିଡ଼-୧୯ କଟକଣା ଜାରୀ ସମୟରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଲୋଚିତ ହେଉଛି । ଏଠାରେ ଥିବା ଜନସେବା କେନ୍ଦ୍ର ଠାରେ ଏହି ଯୋଜନା ଉଦ୍‌ଘାଟିତ ହୋଇଛି । ମା’ ମଙ୍ଗଳା ଇ-ଷ୍ଟୋରର ସତ୍ୱାଧିକାରୀ ସୁଧାଂଶୁ ଶେଖର ଓଝାଙ୍କ ଆବାହକତ୍ୱରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଭରଚ୍ୟୁଆଲ ପଦ୍ଧତିରେ ଏମ.ଡି ଦୀନେଶ ତ୍ୟାଗୀ, ରାଜ୍ୟ ସିଏସସିର ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂହଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close