‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ ତରଫରୁ ବୃକ୍ଷରୋପଣ

ବ୍ୟାସନଗର, ୧୧/୭(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ମଂଚ କାର୍ଯ୍ୟାଳୟ ନିକଟରେ ଆଜି ଅପରାହ୍ନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଂଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ମଂଚର ଉପଦେଷ୍ଟା ଚିନ୍ତାମଣି ପାଢ଼ୀ ମୁଖ୍ୟ ଅତିଥି, ‘ଉଦୟବଟ’ର ସଂପାଦକ ତଥା ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିବେଶର ଉତ୍କଟ ପରିସ୍ଥିତି ପାଇଁ ଚିନ୍ତା ପ୍ରକଟ କରିବା ସହ ବାୟୁମଣ୍ଡଳରେ ଅମ୍ଳଜାନର ବୃଦ୍ଧି ଆଦି ପାଇଁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିପାଇଁ ସମସ୍ତେ ନିଜ ନିଜ ବାଡି ବଗିଚାରେ ଅତି କମରେ ୦୨ଟି ଲେଖାଏ ଗଛ ଲଗାଇବାକୁ ଅନୁରୋଧ କରିଥିଲେ । ଏଠାରେ ମୁଖ୍ୟ ଅତିଥି ଶ୍ରୀ ପାଢୀ, ମୁଖ୍ୟ ବକ୍ତା ଶ୍ରୀ ରାଉତଙ୍କୁ ମଂଚର ସଂପାଦକ ଶ୍ରୀ ସାମଲ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚାରା ଗଛଗୁଡିକର ପୂଜାର୍ଚ୍ଚନା କରାଯିବା ପରେ ଏଠାରେ ଚାରା ରୋପଣ କରାଯାଇଥିଲା । ଏଥିରେ ମଂଚର ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡା, ପାୱାର ଏମ୍ପ୍ଲଇଜ୍ ୟୁନିୟନର ସାଧାରଣ ସଂପାଦକ, ଘନଶ୍ୟାମ ରାଉତ, ମଂଚର ବରିଷ୍ଠ ସଭ୍ୟ ଯୁଧିଷ୍ଠିର ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ବିଭୀଷଣ ନାୟକ, ଅରୁଣା ଖଣ୍ଡାଇ, ଗୈାରୀଶଙ୍କର ପତି, ଦୀପକ ମଲ୍ଲିକ, ଶଙ୍କର୍ଷଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ‘ଉଦୟବଟ’ ତରଫରୁ ଚାରାଗଛ, ସାର, କୀଟନାଶକ ଯୋଗାଇ ଦିଆଯାଇଥିଲା । ଏଠାରେ ମଧ୍ୟ ବିଶ୍ୱ ଜନ ସଂଖ୍ୟା ଦିବସର ତାପର୍ଯ୍ୟତା ଉପରେ ଆଲୋଚନା କରାଯାଇଥିଲା । ସଂପାଦକ ଶ୍ରୀ ସାମଲ ଭାରତର ଜନ ସଂଖ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଶେଷରେ ମଂଚର ବରିଷ୍ଠ ସଭ୍ୟ ସନାତନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close