ଗଣମାଧ୍ୟମ ପ୍ରତିନିଧି ଅଶୋକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା

ଯାଜପୁର, ୯ା୭: ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ ମୋ ପରିବାର ମୁହଁରେ ହସ ପୁଂଟାଇ ପାରିଚ୍ଥି ବୋଲି କହିଚ୍ଥନ୍ତି କୋଭିଡ ଯୋଦ୍ଧା ଅଶୋକ ସାହୁଙ୍କ ବିଧବା ପତ୍ନୀ ସ୍କୃତି ସାହୁ । ଯାଜପୁର ଜିଲ୍ଲା ଓ ଯାଜପୁର ବ୍ଳ୍‌କ ଖଇରାବାଦ ଗ୍ରାମ ନିବାସୀ ୫୫ ବର୍ଷୀୟ ଅଶୋକ ସାହୁ ଦୈନିକ ଓଡିଆ ସମ୍ୱାଦପତ୍ର ମନ୍ଥନର ଜଣେ ସାମ୍ୱାଦିକ ଥିଲେ । ତେବେ କାର୍ଯ୍ୟରତ ଅବସ୍ଥାରେ ସେ କୋଭିଡ ଆକ୍ରାନ୍ତ ହେଲେ ଓ ଚିକିତ୍ସାବସ୍ଥାରେ ମୃତ୍ୟୁବରଣ କରିଥିଲେ । ରାଜ୍ୟ ସରକାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇଥିବାରୁ ଅଶୋକଙ୍କର ଚିକିତ୍ସା ସୁବିଧା ମଧ୍ୟ କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ପରେ ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଚ୍ଥନ୍ତି । “ମୋର ଦୁଇଟି ପୁଅ । ସେମାନେ ପଢୁଚ୍ଥନ୍ତି । ତେଣୁ ଏହି ଅର୍ଥ ସେମାନଙ୍କର ପଢାରେ ବହୁତ ସାହାଯ୍ୟ କରିବ । ସେହିପରି ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଘୋର ଆର୍ଥିକ ଅନାଟନରେ ଗତି କରୁଥିଲା । ଏହି ଅର୍ଥ ମୋ ପରିବାରକୁ ବିଶେଷ ସହଯୋଗ ଦେବ” ବୋଲି ସ୍ମୃତି କହିବା ସହ ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଗଭୀର କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି । ଏହି ଅର୍ଥ ରାଶି ଯାଜପୁର ଜିଲ୍ଲାପାଳଙ୍କ ମାର୍ପଂତରେ ସ୍କୃତି ସାହୁଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଚ୍ଥି । ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶ୍ରୀମତୀ ସାହୁଙ୍କୁ ଏହି ଅର୍ଥ ପ୍ରଦାନ ସଂପର୍କରେ ସୂଚୀତ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍କୃତିଙ୍କ ଘରକୁ ଯାଇ ଏହି ସହାୟତା ପ୍ରଦାନ କରିଥିଲେ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଚ୍ଥି ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close