ଓଡ଼ିଶାରେ ‘ଇଏସଆଇସି’କୁ ଲୋକାଭିମୁଖି କରାଉଥିବା କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କୁ ବଦନାମ କରିବାକୁ ପ୍ରୟାସ, ବିଭିନ୍ନ ମହଲରେ ନିନ୍ଦା

ଭୂବନେଶ୍ୱର, ୧୩/୦୯(ଉ. ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମ ଏବଂ କର୍ମନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି) ଓଡ଼ିଶା କ୍ଷେତ୍ର, ଭୂବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡା ନଗମକୁ ରାଜ୍ୟରେ ଅଧିକରୁ ଅଧିକ ଲୋକାଭିମୁଖି ଓ ବ୍ୟାପକ କରିବା ପାଇଁ ବିଭିନ୍ନ ଅଭିନବ ଯୋଜନା କରିଛନ୍ତି । ବିଭାଗକୁ ରାଜ୍ୟରେ ଗତିଶୀଳ କରିବା ସହ ବିଭିନ୍ନ ଦୁର୍ନୀତିକୁ ଦମନ କରିବାକୁ ଆକ୍‌ସନ ମୁଡ଼ରେ ଥିବା ଶ୍ରୀ ପଣ୍ଡାଙ୍କ ଗତିରୋଧ କରିବା ପାଇଁ ଚକ୍ରାନ୍ତ ହେଉଥିବା କଥା ଏବେ ହାଟରେ ପଡ଼ି ଦାଣ୍ଡରେ ଗଢ଼ୁଛି । କତିପୟ ବ୍ୟକ୍ତିବିଶେଷ ନିଜର ସ୍ୱାର୍ଥସାଧନ ପାଇଁ ଶ୍ରମିକ ୟୁନିୟନର କର୍ତା ବୋଲାଇ ତାଙ୍କୁ ବ୍ଲାକମେଲ କରୁଥିବାର ଜଣାଯାଇଛି । ତାଙ୍କୁ ଟାଣିଓଟାରି ଅଯଥା ତାଙ୍କ ମିଥ୍ୟା ଆରୋପମାନ କରି ତାଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାର ଧମକ ଦେଉଛନ୍ତି । ଯାହା ଜଣେ କର୍ତବ୍ୟନିଷ୍ଠ ଅଧିକାରୀଙ୍କ ଉପରେ ଜୁଲମ ସଦୃଶ ହୋଇଛି ଓ ଏହାକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ସେ ୧୪.୬.୨୦୨୧ରେ ଭୁବନେଶ୍ୱର ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଆଂଚଳିକ ନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କଲା ପରେ ଗୋଟିକ ପରେ ଗୋଟିଏ ଯୋଜନାକୁ ଫଳବତୀ କରାଇ ଚାଲିଛନ୍ତି । ତାଙ୍କର ପ୍ରଚେଷ୍ଟାରେ ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଚିଂ ପାରିଛି ଓ ରାଜ୍ୟରେ ୫ଟି ସ୍ଥାନ ଯଥା- କଳିଙ୍ଗନଗର(ଯାଜପୁର), ଭୂତମୁଣ୍ଡାଇ(ପାରାଦୀପ), ବ୍ରହ୍ମପୁର, ଝାରସୁଗୁଡ଼ା, ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କରିବାର ସମସ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ସେ ବିଶେଷ ଭାବେ ଧନ୍ୟବାଦର ପାତ୍ର । ଝାରସୁଗୁଡ଼ାରେ ଥିବା ପୁରୁଣା କାର୍ଯ୍ୟାଳୟ ଗୃହ ଓ ୨୨ଟି ବ୍ୟବହାରହୀନ କ୍ୱାଟରର ମରାମତି କରି ସେଠାରେ ଉପ-ଆଂଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସ୍ଥାପନ କରିବା ଫଳରେ ରାଉଲକେଲା, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଆଦି ପଶ୍ଚିମାଂଚଳ ଜିଲ୍ଲାମାନେ ଆଉ ଭୁବନେଶ୍ୱର ନ ଆସି ସେଠାରେ ସେବା ପାଇବାର ବନ୍ଦୋବସ୍ତ କରିଥିଲେ । ଏଥିସହ ରାଜ୍ୟରେ ୧୪ଟି ଇଏସଆଇ ମେଡ଼ିକାଲ ଓ ୭ଟି ଜିଲ୍ଲା ଯଥା- ଓଡ଼ିଶାର ସୀମାନ୍ତ ଜିଲ୍ଲା ମୟୂରଭଂଜର ସଦରମହକୁମା ବାରିପଦା, ନୟାଗଡ଼, ଭଦ୍ରଖ, କେନ୍ଦ୍ରାପଡ଼ାରେ ଓ ସୁବର୍ଣ୍ଣପୁର ଆଦିରେ ଶାଖା କାର୍ଯ୍ୟାଳୟ ଖୋଲିଛି । କନ୍ଧମାଳ, ନବରଙ୍ଗପୁର ଭଳି ଜିଲ୍ଲାରେ ଯୋଜନାର ସଂପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ନୂଆଦିଲ୍ଲୀ ମୁଖ୍ୟାଳୟକୁ ସେ ପ୍ରସ୍ତାବ ପଠାଇଛନ୍ତି । ପୂର୍ବରୁ ୨୦ଟି ଜିଲ୍ଲାରେ ଇଏସଆଇ ଲାଗୁ ଥିବା ବେଳେ ସେ ପ୍ରଚେଷ୍ଟା କରି ଏହାକୁ ୨୬ଟି ଜିଲ୍ଲାରେ ଲାଗୁ କରାଇପାରିଛନ୍ତି । ରାଜ୍ୟରେ ବୀମାଧାରୀଙ୍କ ସଂଖ୍ୟା ୭ ଲକ୍ଷରୁ ୮.୫ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ରାଜସ୍ୱ ଆଦାୟ ୩୦୦ ରୁ ୪୦୦ କୋଟିକୁ ବୃଦ୍ଧି ପାଇଛି । ଏତେସବୁ କାର୍ଯ୍ୟ ସତ୍ୱେ ତାଙ୍କୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବଦନାମ କରିବା ପାଇଁ ଯୋଜନା କରାଯିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । କେତେକ ମୃଷ୍ଟିମେୟ ବ୍ୟକ୍ତିବିଶେଷ, ଦୁର୍ନୀତିଖୋର କର୍ମଚାରୀ ଓ ଶ୍ରମିକ ନେତା ବୋଲାଉଥିବା ବ୍ୟକ୍ତିବିଶେଷ ଷଡ଼ଯନ୍ତ୍ର ପଛର ଖେଳାଳୀ ବୋଲି ମତ ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close