ଦାନଗଦି ବ୍ଲକ ବାରାଖାଇରେ ୫-ଟି ଯୋଜନାରେ ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଦାନଗଦି,୨୯ା୧୧(ଦୁଷ୍ମନ୍ତ କୁମାର ରାଉତ / ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦାନଗଦି ବ୍ଲକର ବାରାଖାଇ ଠାରେ ଅବସ୍ଥିତ “ପଲ୍ଲିଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ”ରେ ୫-ଟି ଯୋଜନାରେ ବିଦ୍ୟାଳୟ ଉନ୍ନତିକରଣ ଯୋଜନାରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାମ ହୋଇଥିବାର ଦେଖାଦେଇଛି । ଅତି ତରବରିଆ ଭାବେ ମରାମତି ଢ଼ଙ୍ଗରେ ବହୁ କାମ କରାଯାଇଥିବାର ଅଭିଯୋଗ ଉଠିଛି । ବିନା ଟେଣ୍ଡରରେ ପ୍ରାଥମିକ ଭାବେ ବିଦ୍ୟାଳୟର ଉନ୍ନତିକରଣ, ସୈାନ୍ଧର୍ଯ୍ୟକରଣ, ବିଜ୍ଞାନାଗାର, ଲାଇବ୍ରେରୀ ଆଦି ପାଇଁ ୩୦ଲକ୍ଷ ଟଙ୍କା ଅନୁଦାନ ଏହି ବିଦ୍ୟାଳୟକୁ ମିଳିଛି । ଏହି ଅର୍ଥକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଠାଇ ଦାନଗଦି ବି.ଡି.ଓଙ୍କୁ ହସ୍ତାନ୍ତର କରିଛନ୍ତି ଓ ବି.ଡି.ଓଙ୍କ ଜେ.ଇ ମହୋଦୟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଭଳି କାର୍ଯ୍ୟ କରିଛନ୍ତି । ପୁରୁଣା ବାଉଣ୍ଡାରୀ ଉପରେ ଆଉ କିଛି ଉଚ୍ଚ ଇଟା ଯୋଡେଇ କରି ରଂଗ କରି ଛାଡିଦିଆଯାଇଛି । ବିଦ୍ୟାଳୟର ଗେଟ ନିର୍ମାଣରେ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର କୁହାଯାଉଥିଲେ ହେଁ ଏହା ତୃଟିପୂର୍ଣ୍ଣ ଓ ଶସ୍ତାରେ କରାଯାଇଛି । ବିଦ୍ୟାଳୟରୁ ଗେଟରୁ ବିଦ୍ୟାଳୟକୁ ଥିବା ପ୍ରବେଶ ପଥର ଚଟାଣରେ ଯେଉଁ ଟାଇଲ ବସାଯାଇଛି ଆଜି ପ୍ରଥମ ଦିନରେ ସେସବୁର ବହୁ ସ୍ଥାନ ଦବି ଯାଇଛି । ଯେଉଁ ଗଛ ଲଗାଯାଇଛି, ସେଗୁଡିକ ଠିକ୍ ଭାବେ କରାଯାଇନି । ରଂଗ ଓ ପ୍ଲାଷ୍ଟର କାମ ତରବରିଆ ଭାବେ କରାଯାଇଛି । ପାଣି ଠିକ ଭାବେ ଦିଆଯାଇ ନ ଥିବାରୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛାତ ଗ୍ରେଡିଂରେ ବ୍ୟାପକ ତୃଟି ରହିଛି । ଜିନିଷପତ୍ର କିଣାବିକାରେ କମିଶନି କାରବାର କରାଯାଇଥିବାର କୁହାଯାଉଛି । ଫଳତ, ଏଗୁଡିକର ବ୍ୟବହାର ଓ ଯାନ୍ତ୍ରିକ ତୃଟି ନେଇଁ ଆଶଙ୍କା ଦେଖାଦେଇଛି । । ମୋଟାମୋଟି ଭାବେ ଏହି ଅନୁଦାନର ମୋଟା ଭାଗକୁ ଲୁଟି ନେବାକୁ ଉଦ୍ୟମ ହୋଇଛି । ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ୫-ଟି କାର୍ଯ୍ୟ କରିଆସୁଥିଲେ ହେଁ ଖୋଦ୍ ଏହି ଯୋଜନା ବାଟବଣା ହେବା ଦୁର୍ଭାଗ୍ୟଜନକ! କୁହାଯାଉଛି, ଦାନଗଦି ଓ ସୁକିନ୍ଦା ବ୍ଲକରେ ଏଭଳି ଅନିୟମିତତା ବେଶି ହୋଇଛି । ନିର୍ମାଣ କାର୍ଯ୍ୟକୁ ଜଣଙ୍କୁ ଦେଇ ନେତା ଭଲ ବଟି ନେଇ ବସିଯାଇଛନ୍ତି । ଆଗକୁ ଏହି ଯୋଜନାର ସୁଫଳକୁ ନେଇ ସନ୍ଦେହ ଦେଖାଦେଇଛି! ଏହା ଉପରେ ଖୋଳତାଡ ହେବାକୁ ଦାବୀ ଉଠିଛି । ସୂଚନାଯୋଗ୍ୟ, ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ୨୬ଟି ବିଦ୍ୟାଳୟକୁ ଲୋକାପର୍ଣ କରାଯାଇଥିଲା । ହେଲେ ବାରାଖାଇ ବିଦ୍ୟାଳୟରେ ନେଟ୍ ସମସ୍ୟା ପାଇଁ ସ୍ଥାନୀୟ ଲୋକେ ବହୁ ସମୟ ଅପେକ୍ଷା କରି କରି ଲୋକାର୍ପଣ ଉତ୍ସବକୁ ଦେଖି ନ ପାରି ନିରାଶରେ ଘରକୁ ଫେରିଥିବାର ଦେଖିବାକୁ ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close