ଯାଜପୁରର ଯୁଗ୍ମ ଶ୍ରମ କମିଶନର ପି କେ ମହାପାତ୍ର ଭୁବନେଶ୍ୱରର ଅତିରିକ୍ତ ଦାୟିତ୍ୱ ନେଲେ

ଭୁବନେଶ୍ୱର/ବ୍ୟାସନଗର,୦୨ା(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡରେ ଅବସ୍ଥାପିତ ଯାଜପୁର ଯୁଗ୍ମ ଶ୍ରମ କମିଶନର (ଜେ.ଏଲ.ସି) ପ୍ରଦୀପ କୁମାର ମହାପାତ୍ର ଗତ ତା. ୩୦/୦୬/୨୦୨୧ ବୁଧବାର ଅପରାହ୍ନରେ ଭୁବନେଶ୍ୱର ଜେ.ଏଲ.ସି ଭାବେ ଅତିରିକ୍ତ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ଭୁବନେଶ୍ୱରର ଜେ.ଏଲ.ସି ପ୍ରଶାନ୍ତ କୁମାର ତ୍ରିପାଠୀ ତା. ୩୦/୬ରେ ଅବସର ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଭୁବନେଶ୍ୱରର ଜେ.ଏଲ.ସି ପଦ ପାଇଁ ଜଣେ ଅଭିଜ୍ଞ ଓ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କ ଆବଶ୍ୟକତା ଥିବା ବେଳେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଛଡ଼ା ସେହି ପଦରେ ଦକ୍ଷତା ଓ ଶୃଙ୍ଖଳାର ସହ କାର୍ଯ୍ୟ କରି ପଦ ସମ୍ଭାଳିବା ପାଇଁ ଆଉ ସେପରି କୈାଣସି ଅଧିକାରୀ ନ ଥିବାରୁ ରାଜ୍ୟର ଶ୍ରମ କମିଶନର ଡ଼ଃ. ଥିରୁମାଳା ନାଏକ ଶେଷରେ ଶ୍ରୀ ମହାପାତ୍ରଙ୍କ ଉପରେ ଭରସା କରି ଏହି ଅତିରିକ୍ତ ଦାୟିତ୍ୱ ଅର୍ପଣ କରିଥିଲେ । ଫଳତଃ ଶ୍ରୀ ମହାପାତ୍ର ୩୦/୬ରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଭୟ ସ୍ଥାନରେ ଶ୍ରୀ ମହାପାତ୍ରଙ୍କ ଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ଶ୍ରମ କମିଶନର ଅବସ୍ଥାପିତ କରିଥିବାରୁ ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଶ୍ରମ କମିଶନର ଡ଼ଃ. ନାଏକଙ୍କୁ ସାଧୁବାଦ ଜଣାଇଛନ୍ତି । ପୂର୍ବରୁ ଆଲୋଚନା ହେଉଥିଲା ଯେ, ପି କେ ତ୍ରପାଠୀଙ୍କ ପରେ ଶ୍ରୀ ମହାପାତ୍ର ହିଁ ଭୁବନେଶ୍ୱରର ଜେ.ଏଲ.ସି ଭାବେ ପୂର୍ଣ୍ଣ ଦାୟିତ୍ୱ ନେବେ । କାରଣ ବିଭାଗ ନିକଟରେ ସେଥିପାଇଁ ସେ ବେଶ ଯୋଗ୍ୟ ବିବେଚିତ ହେଉଥିଲେ । ଏହାଛଡ଼ା ତାଙ୍କ ଚାକିରୀର ଅଧିକାଂଶ ସମୟ ହିଁ ଭୁବନେଶ୍ୱରରେ ବିଭିନ୍ନ ପଦ ପଦବୀରେ ରହି ସେ ସଫଳତା ଓ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ଏଣେ କଳିଙ୍ଗନଗର ଶିଳ୍ପାଂଚଳର ଅଭ୍ୟୁଦୟ ପରେ ଯାଜପୁର ଶ୍ରମ ବିଭାଗର ଦାୟିତ୍ୱ ବଢ଼ି ବଢ଼ି ଚାଲିଲା । ଜିଲ୍ଲା ଶ୍ରମ ଅଧିକାରୀ (ଡି.ଏଲ.ଓ) ଅଫିସରୁ କାଳକ୍ରମେ ସହକାରୀ ଶ୍ରମ କମିଶନର (ଏ.ଏଲ.ସି) ଅଫିସ, ପ୍ରଭାଗୀୟ ଶ୍ରମ କମିଶନର(ଡି.ଏଲ.ସି)ଙ୍କ ଅଫିସରୁ ଶେଷରେ କିଛି ମାସ ତଳୁ ଯାଜପୁରରୋଡ ସ୍ଥିତ ଶ୍ରମ କାର୍ଯ୍ୟାଳୟ ଏବେ ଯୁଗ୍ମ ଶ୍ରମ କମିଶନର(ଜେ.ଏଲ.ସି)ଙ୍କ ଅଫିସରେ ବର୍ଦ୍ଧିତ ହୋଇ କାର୍ଯ୍ୟ କରିଆସୁଛି । ଏହି ଅଫିସ ଅଧିନରେ ମୟୁରଭଂଜ, ବାଲେଶ୍ୱର, ଭଦ୍ରଖ, ଯାଜପୁର ଭଳି ଶିଳ୍ପ ସମୃଦ୍ଧ ଜିଲ୍ଲାମାନ ରହିଛି । ଧାମରା ବନ୍ଦର, ବାଲେଶ୍ୱର ଶିଳ୍ପାଂଚଳ, କଳିଙ୍ଗନଗର ଶିଳ୍ପାଂଚଳର ଶହ ଶହ ଶ୍ରମ ଅଭିଯୋଗ ଆଦି ପାଇଁ ଯାଜପୁର ଜେ.ଏଲ.ସି କାର୍ଯ୍ୟାଳୟ ଉପରେ ଚାପ ରହିଛି । ତେଣୁ ଏଠାରେ ଜଣେ ଅଭିଜ୍ଞ ଅଧିକାରୀଙ୍କ ଆବଶ୍ୟକତା ମଧ୍ୟ ରହିଛି । ତେଣୁ ଏସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଶ୍ରମ କମିଶନର ଶ୍ରୀଯୁକ୍ତ ନାଏକ ଠିକଣା ପଦକ୍ଷେପ ନେଇ ଶ୍ରୀ ମହାପାତ୍ରଙ୍କୁ ଭୁବନେଶ୍ୱର ଓ ଯାଜପୁର ଉଭୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଜେ.ଏଲ.ସି ଦାୟିତ୍ୱ ଦେଇଛନ୍ତି । ତାଛଡ଼ା ଯାଜପୁର ଶ୍ରମ ବିଭାଗରେ ବହୁ ପଦବୀ ଖାଲି ପଡିଥିଲେ ମଧ୍ୟ ଶ୍ରୀ ମହାପାତ୍ର ଏଠାରେ ମାତ୍ର ୩-୪ମାସ ହେଲା ଦାୟିତ୍ୱ ନେବା ପରେ ବିଭାଗକୁ ସଜାଡି ଅଳ୍ପ ଅଧିକାରୀ ଓ କର୍ମଚାରୀରେ ମଧ୍ୟ ସୁରୁଖୁରରେ କାମ ଚଳାଇ ନେଉଛନ୍ତି । ତାଙ୍କ ପୂର୍ବରୁ ଦୀର୍ଘ ୦୪ ବର୍ଷ ଧରି ଡି.ଏଲ.ସି ଓ ଜେ.ଏଲ.ସି ଭାବେ ସୁନୀଲ କୁମାର ସାହୁ ଯାଜପୁରରେ ସଫଳତାର ସହ କାର୍ଯ୍ୟ କରି ପଦୋନ୍ନତି ପାଇଁ ଏବେ ଭୁବନେଶ୍ୱରରେ ଅତିରିକ୍ତ ଶ୍ରମ କମିଶନର ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ସାହୁଙ୍କ ପରେ ଏଠାକୁ ତାଙ୍କ ସ୍ଥାନରେ କିଏ ଆସିବେ ନା ପଦ ଖାଲି ପଡ଼ିବ ସେଥିଲାଗି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତାଙ୍କ ଭଳି ଜଣେ ଦକ୍ଷ ଅଧିକାରୀଙ୍କ ଏଠାରେ ଆବଶ୍ୟକତା ଥିବା ବେଳେ ବିଭାଗ ଶ୍ରୀ ମହାପାତ୍ରଙ୍କୁ ୪ ମାସ ତଳେ ଯାଜପୁରକୁ ପଠାଇଥିଲେ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଯାଜପୁରର ବିଧାୟକ ତଥା ରାଜ୍ୟ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ସର୍ବୋପରି ଶ୍ରମ କମିଶନର ଡ଼ଃ. ନାଏକଙ୍କ ଉଚିତ ନିଷ୍ପତି ଫଳରେ ବିଭାଗରେ ଅଧିକାରୀଙ୍କ ଅଭାବ ଥିଲେ ମଧ୍ୟ ଦକ୍ଷ ଅଧିକାରୀଙ୍କୁ ଠିକଣା ସ୍ଥାନରେ ଅବସ୍ଥାପିତ କରିବା ଫଳରେ କାର୍ଯ୍ୟ ଠିକ ରୂପେ ସଂପାଦିତ ହେଉଛି ।
       ଶ୍ରୀ ମହାପାତ୍ର ଯାଜପୁର ସହ ଭୁବନେଶ୍ୱରର ଜେ.ଏଲ.ସି ଦାୟିତ୍ୱ ନେବା ପରେ ବହୁ ଅଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଆଦିର ଶ୍ରମ ଅଧିକାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।   

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close