ଭିଡ଼କୁ ନିୟନ୍ତ୍ରଣ କରିବାକୁ ଆଗେଇ ଆସିଲେ ଜଳେଶ୍ୱରର ମେ ଆଇ ହେଲ୍ପ ୟୁ ସଂଗଠନ କର୍ମୀ

ବାଲେଶ୍ୱର/ଜଳେଶ୍ୱର;୨୯/୦୬( ବ୍ରଜ ଗୋପାଳ ସେନଙ୍କ ଠାରୁ):  ଗତକାଲି ଜଳେଶ୍ୱର ବଜ଼ାରରେ ସୋମବାର ହାଟ ଯୋଗୁଁ ବାରମ୍ବାର ଭିଡ଼ ହୋଇ ଆସୁଥିଲା ଏଥିଯୋଗୁଁ ଜଳେଶ୍ୱର ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନରେ ଯିବା ଆସିବା ଲୋକ ମାନେ ଅନେକ ଅସୁବିଧା ଭୋଗ କରିବା ସହ ଘଣ୍ଟା ଘଣ୍ଟା ଛିଡା ହେଉଥିଲେ । କରୋନା କଟକଣା  କେହି ମାନୁ ନ ଥିଲେ । ଏଭଳି ପରିସ୍ଥିତିକୁ ଦେଖି  ଜଳେଶ୍ୱର ମିଡ଼ିଆରେ ବାରମ୍ବାର ଖବର ପ୍ରସାରିତ ହେଉଥିଲେ ମଧ୍ୟ୍ୟ କେହି ସମାଧାନ ପାଇଁ ଆଗକୁ ଆସୁ ନ ଥିଲେ ।  ଏହାପରେ ଜଳେଶ୍ୱର ଶ୍ରେଷ୍ଠ ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର ଏହାର ସମାଧାନ ପାଇଁ ଜଳେଶ୍ୱର ଆଇ ଆଇ ସି ପର୍ଶୁରାମ ସାହୁ ଏବଂ ମୁନ୍ସିପାଲଟି ଅଫିସର ଅଜୟ ମହାପାତ୍ରଙ୍କୁ ଦେଖା କରି ଏହାର ସମାଧାନ ବାଟ ବାହାର କରିଥିଲେ ।  ସଂଗଠନର  ପିଲାମାନେ ରାତି ୩ଟା ରୁ ଯାଇ ଏବଂ ଜଳେଶ୍ୱର ପୋଲିସ ସହଯୋଗରେ ହାଟ, ଥାନା, ଚୈତନ୍ୟ ସାହୁ ଗଳି, ଷ୍ଟେସନ ବଜାର ପର୍ଯ୍ୟନ୍ତ ରାସ୍ତାରେ ଏକ ପାର୍ଶ୍ୱରେ ଲୋକଙ୍କୁ ବୁଝାଇ ବସାଇ ଥିଲେ ଆଗରୁ ରାସ୍ତାର ଦୁଇ ପାଖରେ ବସୁଥିଲେ ଏଥିପାଇଁ ଭିଡ଼ ହେଉଥିଲା ଗୋଟାଏ ପାର୍ଶ୍ୱରେ ବସାଇ ରୋଡ ମଝିରେ ନିଜେ  ଆଇ ଆଇ ସି ପର୍ଶୁରାମ ସାହୁ ଏବଂ ସାମାଜିକ ସଂଗଠନର ପିଲାମାନେ ଟ୍ରାଫିକକୁ ନିୟନ୍ତ୍ରଣ କରିଥିଲେ।  ଭିଡ଼ ନ ହେବା ପାଇଁ ରାତି ୩:୩୦ ରୁ ଦିନ ୧୧ ଟା ପଯ୍ୟନ୍ତ ଛିଡ଼ାହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜଳେଶ୍ୱର ଆଇ ଆଇ ସି ପର୍ଶୁରାମ ସାହୁ ଏବଂ ମୁନ୍ସିପାଲ୍ଲଟିର ଅଜୟ ମହାପାତ୍ର , ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ରମେଶ ଜେନା, ସଞ୍ଜୀବ ପାତ୍ର, କିଶୋର ସାହୁ, ଏଲେନ ଘୋଷ, ଏମ ଡି ରାଜୁ, ଜୟଦେବ ସାମଲ, ମନୋରଞ୍ଜନ ପ୍ରଧାନ, ସବିତା ଭୂୟାଁ, ଜ୍ୟୋସ୍ନାରାଣୀ ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିପାଇଁ ଜଳେଶ୍ୱର ସାମ୍ବାଦିକ ମାନେ ମେ ଆଇ ହେଲ୍ପ ୟୁ ସଂଗଠନକୁ ପ୍ରଶଂସା କରିବା ସହ ଜଳେଶ୍ୱର ବାସୀ  ମଧ୍ୟ ଶୁଭେଚ୍ଛା ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close