ଇ ଏସ ଆଇ ସି(ESIC) ର କୋଭିଡ ଯୋଜନା ,ବିମାଭୁକ୍ତ ମୃତକଙ୍କ ପରିବାରକୁ ମିଳିବ ପେନସନ

ଯାଜପୁର ; ୨୯/୦୬ (ବ୍ୟୁରୋ) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ଇ ଏସ ଆଇ ସି) ସାଂପ୍ରତିକ କରୋନା ମହାମାରୀ ସମୟରେ ନିଜର ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାକୁ ଯାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ହିତାଧିକାରୀଙ୍କ ନିମନ୍ତେ ଇଏସ୍‌ଆଇ ପକ୍ଷରୁ ଯେଉଁ ସବୁ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପ୍ରଦାନକାରୀ ସୁବିଧାମାନ କରାଯାଇଛି ସେସବୁ ମଧ୍ୟରୁ ମୃତକଙ୍କ ପରିବାରକୁ ପେନସନ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ଯୋଗୁଁ ବହୁ ପରିବାର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବସୁଛନ୍ତି। ଯାହା ଫଳରେ ପୁରା ପରିବାର ବେସାହାରା ହୋଇ ପଡିଛନ୍ତି। ଯେଉଁ ଶ୍ରମିକ ବିମାଭୁକ୍ତ ଥିବେ ତାଙ୍କର କୋଭିଡରେ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ପେନସନର ବ୍ୟବସ୍ଥା ଇ ଏସ ଆଇ ତରଫରୁ କରାଯାଇଛି। ମୃତ ବିମାଭୁକ୍ତଙ୍କ ପରିବାର ବର୍ଗଙ୍କୁ ଦରମାର ୯୦ପ୍ରତିଶତ ପେନସନ ଆକାରରେ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। “ଇ ଏସ ଆଇ କୋଭିଡ ରିଲିଫ ” ନାମରେ ଏହି ଯୋଜନା ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହି ଯୋଜନାରେ ସାମିଲ ହେବାପାଇଁ ମୃତକଙ୍କ ଡେଥ ସାର୍ଟିଫିକେଟ ସହ ପଜେଟିଭ ରିପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ଇ ଏସ ଆଇ କାର୍ଯ୍ୟାଳୟ ରେ ଦାଖଲ କରିବାକୁ ହେବ। ଏ ସମ୍ପର୍କୀୟ ସୂଚନା ସମ୍ପର୍କରେ ଇ ଏସ ଆଇ  କାର୍ଯ୍ୟାଳୟ ଯାଜପୁରରୋଡ଼ ଶାଖା ସହ ଯୋଗାଯୋଗ କରିବାକୁ ହିତାଧିକାରୀଙ୍କୁ ନିବେଦନ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close