ଓଡିଶା ଅଭିଭାବକ ମହାସଂଘର “ବିଦ୍ୟାଳୟ ରୂପାନ୍ତରକରଣ ଆବଶ୍ୟକତା କୁ ନେଇ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ


ଭୁବନେଶ୍ୱର ; ୨୭/୧୨ ( ଜ୍ୟୋତି ରଞ୍ଜନଙ୍କ ଠାରୁ) : ସରକାର ବର୍ତମାନ ରାଜ୍ୟରେ ସବୁ ହାଇସ୍କୁଲକୁ ରୂପାନ୍ତରିକରଣ କରୁଛନ୍ତି l ବର୍ତମାନ ରାଜନୈତିକ, ସାମାଜିକ ତଥା ସାଧାରଣ ଭାବେ ଏହାର ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି l ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ସମସ୍ୟାର ସମାଧାନ ତଥା ନିରାକରଣ ଉପରେ ଓଡିଶା ଅଭିଭାବକ ମହାସଂଘ ତାର ଗୁରୁ ଦାୟିତ୍ୱ ନିଭାଇ ଆସିଛି l ଆଜି ଏହି ଗୁରୁତ୍ୱପୂର୍ଣ ବିଷୟ ଉପରେ ଏହି ରୂପାନ୍ତରିକରଣ ଆବଶ୍ୟକତାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଆଜି ଜୟଦେବ ଭବନ ଠାରେ ବିଦ୍ୟାଳୟ ରୂପାନ୍ତରିକରଣ ଆବଶ୍ୟକତା? “ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରିଥିଲା l ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି, ବରିଷ୍ଠ ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ, ସାମାଜିକ ଅନୁଷ୍ଠାନ, ଶିକ୍ଷକ ନେତା ଓ ମହାସଂଘର ସମସ୍ତ ରାଜ୍ୟସ୍ତରୀୟ ପଦାଧିକାରୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନଙ୍କୁ ସେମିନାର ଆବାହକ ତଥା କୋଷାଧକ୍ଷ ଡଃ ସତ୍ୟଜିତ ଦାଶ ସ୍ୱାଗତ କରିଥିଲେ,ସହ ଅଧକ୍ଷ ପ୍ରସନ୍ନ ବିଶୋଇ ସଭା କାର୍ଯ୍ୟ ସଂଚାଳନ କରିଥିଲେ l ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ ଦେଇ ରୂପାନ୍ତରିକରଣ କରିବା ଆବଶ୍ୟକ ନା ଆବଶ୍ୟକତା ନାହିଁ ସବୁ ଶିକ୍ଷାବିତ ଓ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଆହ୍ୱାନ କରିଥିଲେ l ଶିକ୍ଷା ବ୍ୟବସ୍ଥା ଉପରେ ଅଶୋକ ପାଇକରାୟ ସାଧାରଣ ସମ୍ପାଦକ ମତାମତ ଦେଇଥିଲେ l କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଦିଲ୍ଲୀ ମଡେଲ ଉପରେ ଆଲୋକପତ କରିଥିଲେ l ଶିକ୍ଷା ବିଶେଷଜ୍ଞ ଶ୍ରୀ ଅନିଲ ପ୍ରଧାନ ଏହାର ଆବଶ୍ୟକ ଥିବା ବେଳେ ଏହାପୂର୍ବରୁ ସବୁ ବିଷୟରେ ଆଲୋଚନା କରିବାର ଆବଶ୍ୟକତା ଥିଲା, ସିପିଆଇର ଶ୍ରୀ ରାମକୃଷ୍ଣ ପଣ୍ଡା, ବରିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଶିକ୍ଷାବିତ ଶ୍ରୀ କମଳା ପ୍ରସାଦ ମହାପାତ୍ର, କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି, ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ମାନବାଧିକାର ଅଯୁକ୍ତ କୋର କମିଟି ସଦସ୍ୟ ମନୋଜ ଜେନା, ଲଳିତ ମୋହନ ପଟ୍ଟନାୟକ, ସଭାପତି, ଓଡିଶା ନାଗରିକ ସମାଜ, ମହାସଂଘର ସହ-ଅଧକ୍ଷ୍ୟ ଭୁମୋହନ ପଟ୍ଟନାୟକ, ଆବାହକ ଅନୁଗୁଳ ଜିଲ୍ଲା ଶ୍ରୀ ସଂଜୀବ ପଟ୍ଟନାୟକ, ସହ ଅଧକ୍ଷ୍ୟ ରଶ୍ମି କାନୁନଗୋ, କଳାହାଣ୍ଡି, ଆବାହକ ନିହାର ମିଶ୍ର ସହ-ଅଧକ୍ଷ୍ୟ ଶଙ୍କର ସାମନ୍ତରାୟ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର, ସହ-ଅଧକ୍ଷ୍ୟ ସତ୍ୟବ୍ରତ ପରିଜା, ଯାଜପୁର ଆବାହକ ସଂଜୀବ ଜେନା, ସାଧାରଣ ସମ୍ପାଦକ ଶିବରାମ ନାୟକ, ଦେବାଶିଷ ବସନ୍ତିଆ, ସୂର୍ଯ୍ୟନାରାୟଣ ଜେନା ସୁନ୍ଦରଗଡ ଆବାହକ ଶ୍ରୀମତୀ ଅଞ୍ଜନା ସାହୁ, ଗଞ୍ଜାମ ଆବାହକ ମଧୁସୂଦନ ସାହୁ, ବରିଷ୍ଠ ଉପାଧ୍ୟାକ୍ଷ୍ୟ ଯଦୁମଣି ପାଣିଗ୍ରାହୀ,ଜଗତସିଂହପୁର ଆବାହକ ସୁରେଶ ସ୍ବାଇଁ,ବଲାଙ୍ଗୀର ଆବାହକ ଚକ୍ରପାଣି ମିଶ୍ର,ବରଗଡ ଆବାହକ ବିମଲ ଦାଶ,ପୁରୀ ଆବାହକ ମନୋଜ ଦାସ, ସାମ୍ବାଦିକ ରମେଶ ମହାନ୍ତି, ଉପଦେଷ୍ଟା ନାଗାର୍ଜୁନ ସେଠି,ସତ୍ୟଜିତ ପଣ୍ଡା,ସଂଜୀବ ନାୟକ, ଅଶୋକ ପଟ୍ଟନାୟକ,ରାଜେନ୍ଦ୍ର ପ୍ରସାଦ,କୁଳମଣି ଧଳ,ଅରୁଣ ସ୍ୱାଇଁ,ଦୃତିଧାର ଦାସ,ପୂର୍ଣ୍ଣ ମୋହାପାତ୍ର,ରମେଶ ଭାରତୀ
ଦେବାଶିଷ ପଟ୍ଟନାୟକ,ତାପସ ଦାସ,ଅନନ୍ତ ରାଉତ
ଅମୁଲ୍ୟ ପରିଡା,ଦେବରଞ୍ଜନ ସାମଲ, ରଂଜିତ କୁମାର ପତ୍ର, ବ୍ରଜ କିଶୋରେ ଠାକ୍କର,ପଦ୍ମନାଭ ପହି, ଅରୁଣ କୁମାର ଦାଶ, ସୂର୍ଯ୍ୟକାନ୍ତ ରାଉତ, ମଧୁସ୍ମିତା ମହାନ୍ତି, ଜିତେନ୍ଦ୍ର ପରିଡା,ଶୁଭାଦୀପl ମହାନ୍ତି,ଲିଲି ଜେନାମାଣି ଆଦି ଶୀର୍ଷକ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ l ଶିକ୍ଷାର ବ୍ୟାପକ ଘରୋଇ ତଥା ବ୍ୟବସାୟୀ କରଣ,ଶିକ୍ଷାରେ ମାନବିକ ମୂଲ୍ୟବୋଧର ଅବକ୍ଷୟ,ସ୍ୱାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ସରକାରଙ୍କ ଶିକ୍ଷା କ୍ଷେତ୍ରକୁ ଅବହେଳା ପ୍ରଦର୍ଶନ ତଥା ହୀନମାନ୍ୟତା ପ୍ରଦର୍ଶନକୁ ନେଇ ସମସ୍ତ ନିମନ୍ତ୍ରିତ ଅତିଥି ଦୁଃଖ ପ୍ରକାଶ କରିଥିଲେ l ବର୍ତମାନ ଚାଲିଥିବା ବିଦ୍ୟାଳୟ ରୂପାନ୍ତରିକରଣ କେବଳ ଲୋକ ଦେଖାଣିଆ ଓ ପ୍ରଚାର ସର୍ବସ୍ବ ହୋଇଛି l ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟାସ୍ତ ପରେ କେବଳ କାନ୍ଥରେ ରଙ୍ଗ ମାରିବା, ବେଞ୍ଚ ଟେବୁଲ ପକାଇବା ଛାଡି ପ୍ରଥମେ ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ବିରୋଧୀ କଂଗ୍ରେସ, ବିଜେପି, ସିପିଆଇ ତଥା ଆମ ଅଦାମୀ ପାର୍ଟି ଆଦି ଦାବୀ କରିବା ସହିତ ସରକାରଙ୍କୁ ସମାଲୋଚନା କରିଥିଲେ l ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି ଆଗାମୀ ଦିନରେ ସମସ୍ତ ଆବଶ୍ୟକ ପୂରଣ କରାଯିବ ବୋଲି କହିଥିଲେ l ସରକାର ସବୁ ଶିକ୍ଷlର ଦାଇତ୍ୱ ନେବା ଦରକାର l ପିଲା କମ ପାଇଁ କୌଣସି ସ୍କୁଲ ବନ୍ଦ ନେହେବା ଆବଶ୍ୟକ l କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରେ ସାଂସଦ ଓ ବିଧାୟକ ମାନଙ୍କ କୋଟା ଉଠେଇବା ପାଇଁ ମଧ୍ୟ୍ୟ କହିଥିଲେ l ଅଭିଭାବକ ମହାସଂଘ ଠୋସ ପ୍ରସ୍ତାବ ଆଣିଲେ ସରକାର ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ହୋଇଥିବାରୁ ଆମ ଆଦମୀ ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର ଓଡିଶା ସରକାର କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଶିକ୍ଷାକୁ ନେଇ ରାଜନୀତି ହେବା ଆଜିର ଦିନରେ ଆବଶ୍ୟକ ବୋଲି କହିଥିଲେ l ଆଲୋଚନା ଚକ୍ରର ସମସ୍ତ ତଥ୍ୟ ଓ ମତାମତକୁ ନେଇ ସନ୍ଦର୍ଭ ମାଧ୍ୟମରେ ଏକ ଶ୍ୱେତ ପତ୍ର ପ୍ରକାଶ କରାଯିବ ବୋଲି ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଘୋଷଣା କରିଥିଲେ l ରାଜ୍ୟସାରା ଆସିଥିବା ମହାସଂଘର ରାଜ୍ୟ ତଥା ଜିଲ୍ଲା ପଦାଧିକାରୀ ଆଞ୍ଚଳିକ ଭିତିରେ ସମସ୍ୟା ଉପସ୍ଥାପନା କରିଥିଲେ ଓ ଆଗାମୀ ଦିନରେ ସମସ୍ୟା ସମାଧାନ ପାଇଁ ଅଗ୍ରାଧିକାର ଭିତିରେ ପଦକ୍ଷେପ ନେବାପାଇଁ କୋର କମିଟି ବୈଠକ ରେ ନିଷ୍ପତ୍ତି ହୋଇ ଥିଲା l ଅପରାହ୍ନରେ ଅଧକ୍ଷ୍ୟଙ୍କ ନେତୃତ୍ୱରେ ରାଜ୍ୟର ଏକ ପ୍ରତିନିଧି ଦଳ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲା l ଆଜିର କାର୍ଯ୍ୟକ୍ରମ ରେ ସହ ଅଧକ୍ଷ ସ୍ୱପ୍ନେନ୍ଦୁ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close