କରୋନାର ସଠିକ ପରିଚାଳନା, ଅଣସଂଗଠିତ ଶ୍ରମିକମାନଙ୍କୁ ଅର୍ଥ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର

ବ୍ୟାସନଗର: ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ସାରା ଦେଶରେ କରୋନା ମହାମାରୀର ସଠିକ ପରିଚାଳନା ଓ ସମସ୍ତ ଅସଂଗଠିତ ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନଙ୍କର ଜମା ଖାତାକୁ ଅର୍ଥ ରାଶି ଯୋଗାଇ ଦେବା ସହିତ ୬ ମାସ ପାଇଁ ସମସ୍ତଙ୍କୁ ମାଗଣାରେ ରାସନ ପ୍ରଦାନ କରିବା ଦାବି ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତା 24.6.21ରେ ଦାବି ପତ୍ର ପ୍ରେରିତ କରାଯାଇଥିଲା ! ଠିକ ଏହିପରି ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ଦିଆଯାଇଛି !ଏହି ପ୍ରତିନିଧି ଦଳରେ ରାଜ୍ୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ଅଧକ୍ଷ ବିଦ୍ୟାଧର ମହାନ୍ତି, ରାଜ୍ୟ କୃଷୀ ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବ୍ୟାସନଗର ଅଧକ୍ଷ ପଦ୍ମନାଭ ନାୟକ, ଗଣମାଧ୍ୟ୍ୟମ ସଂଯୋଜକ ସତ୍ୟପ୍ରକାଶ କୁଅଁର, ଜିଲ୍ଲା ଉପସଭାପତି ଜଗବନ୍ଧୁ ନାୟକ, ମନରେଗା ସଂଯୋଜକ ପରୀକ୍ଷିତ ମଲ୍ଲିକ, ଯୁବ ନେତା ବିଚିତ୍ର ରାଉତ ପ୍ରମୁଖଙ୍କ ଉପସ୍ଥିତିରେ ଏକ ପ୍ରତିବାଦ ସଭାରେ କେନ୍ଦ୍ର ସରକାର ଏ ଦାବି ପ୍ରତି ଗୁରୁତ୍ୱ ପ୍ରଦାନ କରିବା ସହିତ ୩ୟ ଲହର ପ୍ରତି ସଜାଗ ରହିବାକୁ ହେଲେ କୋଭିଡ ପରିଚାଳନାକୁ କେନ୍ଦ୍ର ସରକାର ପ୍ରତକ୍ଷ ତତ୍ୱାବଧାନ କରିବା ସହିତ ସବୁ ରାଜ୍ୟରେ ସମାନ ଆଇନ ପ୍ରୟୋଗ କରିବାକୁ ଦାବି କରିଥିଲେ !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close