ଧବଳଗିରି ଜି.ଏସ୍‌.ଟି କଲୋନୀ ତ୍ରିନାଥ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର,୧୯/୦୧(ଉ. ନ୍ୟୁଜ୍ ବ୍ୟୁରୋ): ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଯାଜପୁରରୋଡ଼(ବ୍ୟାସନଗର) ସହରର ଧବଳଗିରିସ୍ଥିତ ସେଲ୍ସଟ୍ୟାକ୍ସ(ଜିଏସ୍‌ଟି) କଲୋନୀରେ ଅବସ୍ଥାପିତ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ନବମ ବାର୍ଷିକ ଉତ୍ସବ ତା୧୫/୦୧/୨୦୨୪ରିଖ ସୋମବାର ତ୍ରିନାଥ ପୂଜା ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହାର ପରଦିନ(ମଙ୍ଗଳବାର) ମନ୍ଦିର ସାମ୍ନା ପଡ଼ିଆରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଜି.ଏସ୍‌.ଟି ବିଭାଗର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଦୁଇ ଦିନର ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଆୟୁକ୍ତଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସତ୍ୟ ରଂଜନ ପରିଡ଼ା, ଗଣେଶ କୁମାର ଜେନା, ଗୋଲକ ବିହାରୀ ସାମଲ, ବିଶ୍ୱରଂଜନ ପରିଡ଼ା, ମୁକେଶ କୁମାର ସଏ, ରମେଶ ଚନ୍ଦ୍ର ବଳ, ମାନସ ରଂଜନ ସାହୁ, ଅସ୍ତିକ କୁମାର ମହାନ୍ତି ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close