ଋମ୍ପାସ ‘ରାଧାମାଧବ ଜୀଉ’ ମନ୍ଦିରର ୧୦ମ ବାର୍ଷିକୋତ୍ସବ ପାଳିତ

ବ୍ୟାସନଗର, ୨୩/୪(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ରମ୍ପାସ ସ୍ଥିତ ‘ରାଧାମାଧବ ଜୀଉ’ ମନ୍ଦିରର ୧୦ମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଗତ କାଲି ଶନିବାର ଜୀଉଙ୍କ ଅଙ୍କୁରାରୋପଣକାର୍ଯ୍ୟ ହୋଇଥିବା ବେଳେ ଆଜି ରବିବାର ଘଟ ସ୍ଥାପନ, ମଣ୍ଡଳପୂଜା, ଗୋପୂଜା, ଶୋଡ଼ଷ ଉପଚାର ପୂଜା ଯଥା ବିଧି ଓ ରୀତି ମତେ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଏହି କାର୍ଯ୍ୟମାନ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହେଉଥିବା ବେଳେ ଏହି ଧାର୍ମିକ କାର୍ଯ୍ୟରେ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି । ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ୧ନଂ. ୱାର୍ଡ଼ର କାଉନସିଲର ବିଜୟ କୁମାର ଜେନା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ବହୁ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର ପରିଚାଳନା କମିଟିର ବରିଷ୍ଠ କର୍ମକର୍ତା ଧ୍ରୃବଚରଣ ଜେନା, ଶିକ୍ଷାବିତ୍ ସଂଜୟ କୁମାର ଦେଓ, ସୁବାସ ଚନ୍ଦ୍ର ପହି, ଶରତ କୁମାର ବିଶ୍ୱାଳ, ଶିକ୍ଷକ ରଘୁନାଥ ମିଶ୍ର, ସଂଜିତ କୁମାର ଜେନା, ନିର୍ମଳ ବଳ ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close