ପୂର୍ବତନ ପୈାରାଧ୍ୟକ୍ଷା ସରୋଜୀନି ବଳଙ୍କ ଶ୍ୱଶୁର ଚୈତନ୍ୟ ଜେନାଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ
ବ୍ୟାସନଗର,୨୨/୬(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ସରୋଜୀନି ବଳଙ୍କ ଶ୍ୱଶୁର ତଥା ବରିଷ୍ଠ ବିଜେଡ଼ି ନେତା ଗୋବିନ୍ଦ ଜେନାଙ୍କ ପିତା ଚୈତନ୍ୟ ଚରଣ ଜେନାଙ୍କ ଗତ କାଲି ରାତ୍ର ପ୍ରାୟ ୧୦ଟା ବେଳେ ତାଙ୍କ ଯୋଡାବର ସ୍ଥିତ ବାସଭବନରେ ପରଲୋକ ଘଟିଛି । ସ୍ଥାନୀୟ ଯୋଡାବର ଗ୍ରାମର ସେ ଜଣେ ମୁରବୀ ଶ୍ରେଣୀର ତଥା ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ସେ ବେଶ ଜଣାଶୁଣା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲଶ । ତାଙ୍କର ୦୨ ପୁଅ ଓ ୦୩ ବିବାହିତ ଝିଅ ଅଛନ୍ତି । ୰ ଜେନାଙ୍କ ସହଧର୍ମୀଣି ସୁଶୀଳାବତୀ ଜେନା ଦୀର୍ଘ ୦୧ ବର୍ଷ ଧରି ମଧ୍ୟ ପୀଡ଼ିତ ହୋଇ ରୋଗ ଶଯ୍ୟାରେ ପଡ଼ିଛନ୍ତି । ତାଙ୍କର ବଡ ପୁଅଙ୍କ ନାମ ଗୋବିନ୍ଦ ଜେନା ହୋଇଥିବା ବେଳେ ଓ ସାନ ପୁଅଙ୍କ ନାମ ଶରତ ଜେନା (କାଳିଆ) । ୰ ଜେନାଙ୍କ ୦୩ଦିନ ତଳେ ବ୍ରେନ ଷ୍ଟ୍ରୋକ୍ ହୋଇଥିଲା । ଡାକ୍ତରଖାନା କର୍ତୃପକ୍ଷ ତାଙ୍କର ଚିକିତ୍ସା କରି ତାଙ୍କୁ ୦୨ ଦିନ ତଳେ ଘରକୁ ଫେରାଇ ଦେଇଥିଲେ । ସେ ୦୨ ଦିନ ହେଲା ‘କୋମା’ରେ ଥିଲେ । ଗତ କାଲି ରାତ୍ରୀରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ଯୋଡ଼ାବର ଗ୍ରାମରେ ଥିବା ତାଙ୍କ ନିଜସ୍ୱ ଶଶ୍ମାନରେ ସତ୍କାର କରାଯାଇଥିଲା । ବଡ଼ ନାତି ବାପୁନ ତାଙ୍କୁ ମୁଖାଗ୍ନି ଦେଇଥିବାର ଜଣାଯାଇଛି । ତାଙ୍କର ବଡ଼ ବୋହୁ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବ୍ୟକ୍ତିବିଶେଷ ଯଥା- ବରିଷ୍ଠ ନେତା ଜନାର୍ଦ୍ଦନ ରାଉତ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଭଗବାନ ଶୋକ ସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ କାମନା କରିଛନ୍ତି ।