ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିବେଦନ କରି ଦୁର୍ଦ୍ଦଶା ଭୋଗୁଛନ୍ତି ବହୁ ଭାଗବତ ପ୍ରେମୀ: ଅନଶନ ନିଷ୍ପତି

ଯାଜପୁର,୨୦/୦୬(ଉ.ନ୍ୟୁଜ୍ ବ୍ୟୁରୋ): ଓଡିଆ ଜନଜୀବନ ଭାଗବତ ସର୍ବସ୍ୱ । ଭାଗବତକୁ ନେଇ ଗତିଶୀଳ ହୋଇଛି ଓଡିଆ ଜାତିର ସଂସ୍କୃତି, ପରମ୍ପରା ଓ ଜନଜୀବନ । ରାଜ୍ୟ ସରକାର ତରଫରୁ ସେଥିପାଇଁ ଗାଁ ଗଣ୍ଡାରେ ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରାଯାଇଛି । ଭାଗବତ ଟୁଙ୍ଗୀର ସୁରକ୍ଷା ଓ ବିକାଶ ପାଇଁ ବି ସରକାର ସହାୟତାର ହାତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପରେ ବିଶ୍ୱାସ କରି ବହୁବାର ଭାଗବତ ଟୁଙ୍ଗୀଗୁଡିକ ସହାୟତା ପାଇଁ ଆବେଦନ କରି ନିରାଶ ହେବା ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏହାର ସୁଫଳ ପରିବର୍ତେ ବ୍ୟାପକ ଦୁର୍ଦ୍ଦଶା ଭୋଗୁଛନ୍ତି ବହୁ ଭାଗବତପ୍ରେମୀ ତଥା ବରିଷ୍ଠ ନାଗରିକ । ଏଥିପାଇଁ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ ନିଷ୍ପତି ନିଆଯିବା ଘଟଣା ସାଧାରଣରେ ଏବେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।
ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ସାହାଣିଢିହ ପଂଚାୟତ ଚାରଗୋଠ ଗ୍ରାମରେ ରହିଛି ଶତାଧିକ ବର୍ଷ ପୁରୁଣା ଭାଗବତ ଟୁଙ୍ଗୀ । ଏହି ଗ୍ରାମଟି ଦୀର୍ଘବର୍ଷ ହେଲା ଅନ୍ୟ ଗୋଟିଏ ସ୍ଥାନରୁ ଉଠି ଆସିଥିଲେ ମଧ୍ୟ ଗାଁର ପୁରୁଣା ଅବସ୍ଥିତିରେ ମଧ୍ୟ ଏହି ଭାଗବତ ଟୁଙ୍ଗୀ ଥିଲା । ଜିଲ୍ଲାରେ ଯଦି କୌଣସି ଠାରେ ଦୈନନ୍ଦିନ ଭାଗବତ ଟୁଙ୍ଗୀରେ ସଂଧ୍ୟା ହେଲେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଭାଗବତ ପାଠ ହେଉଥାଏ, ତାହେଲେ ଏହା ଚାରଗୋଠର ଭାଗବତ ଟୁଙ୍ଗୀ ଅଟେ । ଚାରଗୋଠର ଏହି ଭାଗବତ ଟୁଙ୍ଗୀଟି ଗୋଟିଏ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଢି ଉଠିଛି । ଚାଳଘର ଭିତରେ ଗୋବର ଲିପା ମାଟି ଘରେ ଠାକୁର ବିଜେ ହୋଇଥିବା ବେଳେ ସେଠାରେ ସୁନ୍ଦର ଭାଗବତ ପାଠ ଗ୍ରାମବାସୀଙ୍କ ପାଇଁ ଏକ ଭକ୍ତିପୂର୍ଣ୍ଣ ଆବେଗମୟ ପରିବେଶ ସୃଷ୍ଟି କରିଥାଏ ।
ଏହି ଭାଗବତ ଟୁଙ୍ଗୀରେ ଭାଗବତ ପାଠ କରୁଥିବା ଅଧିକାଂଶ ବରିଷ୍ଠ ନାଗରିକମାନେ ମଧ୍ୟ ପ୍ରବାଦ ପୁରୁଷ ବିଜୁବାବୁ ଏବଂ ନବୀନବାବୁଙ୍କ ଜୀବନବ୍ୟାପୀ ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ପ୍ରତିଶୃତିରେ ବିଶ୍ୱାସ କରି ଏହି ଭାଗବତପ୍ରେମୀମାନେ ଗତ ୩ ବର୍ଷ ମଧ୍ୟରେ ବହୁବାର ଜିଲ୍ଲାପାଳ ଏବଂ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ସହାୟତା ପାଇଁ ନିବେଦନ କଲେ । କୌଣସି ସୁଫଳ ନମିଳିବାରୁ ଗତ ତା୧୮.୦୧.୨୧ରିଖରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶ ମୁତାବକ ଧର୍ମଶାଳା ବ୍ଲକ ଉନ୍ନୟନ ଅଧିକାରୀ ଏକ ତଦନ୍ତ ରିପୋର୍ଟ ପତ୍ର ନଂ-୭୬୨; ତା୧୨.୦୨.୨୧ ପ୍ରଦାନ କଲେ । ଅଭିଯୋଗକାରୀଙ୍କୁ ମଧ୍ୟ ମେମୋ ନଂବର-୭୬୩ ପ୍ରଦାନ କରିଥିବାର ବିଶ୍ୱସ୍ଥ ସୁତ୍ରରୁ ପ୍ରକାଶ । ହେଲେ ଆଶ୍ଚର୍ଯ୍ୟର କଥା ଯେ, ଯେଉଁମାନଙ୍କ ଅଭିଯୋଗରେ ଏହି ତନନ୍ତ କରାଗଲା ସେମାନେ ଏହି ତଦନ୍ତ ନେଇ କିଛି ଜାଣି ନାହାନ୍ତି କିମ୍ବା ସେମାନଙ୍କୁ ଏଥିନେଇ ଉପରୋକ୍ତ ମେମୋ ନଂବରରେ କୌଣସି ପତ୍ର ମିଳିନାହିଁ । ତେବେ ୫-ଟି ର ସରକାରରେ ସରକାରୀ କଳ କିଭଳି ଏଭଳି ତଦନ୍ତ କଲା ବୋଲି ପୁନଶ୍ଚ ତା୧୮.୦୫.୨୧ ରିଖରେ ଏହି ଭାଗବତପ୍ରେମୀମାନଙ୍କ ତରଫରୁ ଆଉ ଏକ ଅଭିଯୋଗ କରାଗଲା । ଏପରିକି ଏହି ଅଭିଯୋଗ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେଥିନେଇ ସୂଚନା ଅଧିକାରରେ ତଥ୍ୟ ମଗା ଗଲା ପରେ ବି କୌଣସି ସୁଫଳ ମିଳିଲା ନାହିଁ ।
ଖବର ନେବାରୁ ଜଣାପଡିଛି ଯେ, ଧର୍ମଶାଳା ବ୍ଲକରେ କାର୍ଯ୍ୟରତ ଜଣେ କିରାଣୀଙ୍କ ଦ୍ୱାରା ରାଜ୍ୟରେ ସର୍ବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନେଇ ସାଧାରଣରେ ଭିନ୍ନ ଧାରଣା ସୃଷ୍ଟି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁଥିବା ବହୁ ଅଭିଯୋଗକୁ ଚାପି ଦିଆଯାଉଛି । ଏହି କିରାଣୀ ଜଣକ ପ୍ରତ୍ୟେକ କାର୍ଯ୍ୟରେ ମୋଟା ଅଙ୍କର ଅର୍ଥ ନେଇ ନ ହେବା କାର୍ଯ୍ୟକୁ ମଧ୍ୟ କରି ଦେଉଛନ୍ତି ଶୁଣାଯାଉଛି । ସେଥିପାଇଁ କୌଣସି କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ଏହି କିରାଣୀ କହିବା ସହ ଏହାକୁ ପ୍ରମାଣିତ ମଧ୍ୟ କରିଚାଲିଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ହତାଶ ହେବା ସହ ଏଥିନେଇ ହେଉଥିବା କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ବିଧି ଅନୁସାରେ କାର୍ଯ୍ୟାନୁଷ୍ଠାନ ବିବରଣୀ ଦେଉନାହାନ୍ତି । ଏ କ୍ଷେତ୍ରରେ ମଧ୍ୟ ଭାଗବତପ୍ରେମୀ ବରିଷ୍ଠ ନାଗରିକମାନେ ବି.ଜେ.ଡି ନେତା ତଥା ସମାଜସେବୀ ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ମର୍ମରେ ପତ୍ର ଲେଖି ଏଥିନେଇ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ବାଧ୍ୟ ହୋଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ନିଷ୍ପତି ନେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close