ବିଶିଷ୍ଟ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର;୨୦/୦୬ (ଜ୍ୟୋତି ରଞ୍ଜନଙ୍କ ଠାରୁ): ବିଶିଷ୍ଟ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ । ଲୋକପ୍ରିୟ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପରଲୋକ ଘଟିଛି । ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ରାତି ୧୧ଟାରେ ତପୁଙ୍କ ଦେହାନ୍ତ ହୋଇଛି ବୋଲି ଡାକ୍ତରଖାନା ତରଫରୁ ସୂଚନା ମିଳିଛି । ମେ ୩୧ରେ ଅମ୍ଳ୍‌ଜାନ ସ୍ତର ଖସି ଆସିଥିବା ବେଳେ ତାଙ୍କୁ ସ୍ପର୍ଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ଥିବା ଡାକ୍ତର କହିଥିଲେ । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ୧୭ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା।  ଅକ୍ସିଜେନ ମାତ୍ରା ହ୍ରାସ ପାଉଥିବାରୁ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରତର ଆଡକୁ ଗତି କରିଥିଲା। ଶେଷରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ତପୁ ମିଶ୍ର । ଯାହାକି ସଙ୍ଗୀତ ଜଗତରେ ଏକ ବଡ଼ ଅପୂରଣୀୟ କ୍ଷତି ବୋଲି କହିଲେ ଅତ୍ୟୁକ୍ତି ହେବନି । ପାଖାପାଖି ୨୦୦ ଚଳଚ୍ଚିତ୍ରରେ ସେ ଗୀତ ଗାଇଥିବା ଜଣାପଡ଼ିଛି । ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ କ୍ୟାରିୟର ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍‌ ସହ ଯୋଡ଼ି ହୋଇ ଅଛନ୍ତି । ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର.’, ‘ଆଇ ଲଭ୍‌ ୟୁ.’, ‘ଇସ୍କ ତୁ ହିଁ ତୁ.’ ଅନ୍ୟତମ । ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର କୋଣ ଅନୁକୋଣରୁ ଅନେକ ପୁରସ୍କାର ପ୍ରାପ୍ତ କରିଥିଲେ । ତାଙ୍କର ଦେହାନ୍ତରେ ସମଗ୍ର ଓଡ଼ିଶାରେ ଶୋକର ବାତାବରଣ ଖେଳିଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close