ଯାଜପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶୁଭେନ୍ଦ୍ର କୁମାର ସାମଲଙ୍କ ଯୋଗଦାନ

ଯାଜପୁର, ୦୫ା୦୮(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ ଶୁଭେନ୍ଦ୍ର କୁମାର ସାମଲ, ଓ.ଏ.ଏସ(ଏସ୍‌) ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ନିଜର ଯୋଗଦାନ ପତ୍ର ପ୍ରଦାନ କରିଚ୍ଥନ୍ତି । ଶ୍ରୀ ସାମଲ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଡଃ ଦିବ୍ୟ ଲୋଚନ ମହାନ୍ତଙ୍କ ଠାରୁ ନିଜର ଦାୟିତ୍ୱ ଗ୍ରହଣ କରିଚ୍ଥନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀ ସାମଲ ପ୍ରଶାସନିକ ଅଧିକାରୀ, ଶିକ୍ଷକ ପ୍ର୍ରଶିକ୍ଷଣ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ କେନ୍ଦ୍ର, ଓଡିଶାଙ୍କ ଠାରେ କାର୍ଯ୍ୟରତ ଥିଲେ । ଓଡିଶା ପ୍ରଶାସନିକ ସେବାରେ ସେ ଜଣେ ଦକ୍ଷ ଅଧିକାରୀ ଭାବେ ନିଷ୍ଠାର ସହ ବିଭିନ୍ନ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରି ବେଶ୍ ସୁନାମ ଅର୍ଜନ କରିଚ୍ଥନ୍ତି । ଯାଜପୁର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ ଯୋଗଦାନ କରିବା ପରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ସାମଲଙ୍କୁ ସ୍ୱାଗତ କରିଥିଲେ । ପ୍ରକାଶଥାଉକି, ପୂର୍ବରୁ କାର୍ଯ୍ୟରତ ଥିବା ଅତିରିକ୍ତ ଜିଲ୍ଲାପାଳ ଡଃ. ମହାନ୍ତଙ୍କୁ ରାଜ୍ୟ ସରକାର ଅବକାରୀ ବିଭାଗକୁ ବଦଳି କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close