ବ୍ୟାସନଗର ମହାବିଦ୍ୟାଳୟକୁ ନୂଆ ପରିଚାଳନା କମିଟି ଓ ବିଧାୟକଙ୍କ ପରିଦର୍ଶନ, ଜମି ସୁରକ୍ଷିତ ରଖିବାକୁ ପ୍ରାଥମିକତା

ବ୍ୟାସନଗର,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ):  ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପରିଚାଳନା ପରିଷଦର ନୂତନ ସଭାପତି ପ୍ରଦୀପ କୁମାର ବିଶ୍ବାଳ ଓ ସମସ୍ତ ସଦସ୍ୟମାନଂକୁ ବିଧାୟକ ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ବିଦାୟୀ ସଭାପତି ସନ୍ତୋଷ କୁମାର ମିଶ୍ର ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ମାଝୀ ପ୍ରମୁଖ ଅଭିନଂଦନ ଜଣାଇଥିଲେ । ଆଲୋଚନା କାଳରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇଥିଲା । ମହାବିଦ୍ୟାଳୟ ଉପରେ ଅଚାନକ ମାତ୍ରାଧିକ ବିଦ୍ୟୁତ୍ ବିଲ ଦାବିକରି ଏକତରଫା ବିଦ୍ୟୁତ୍ ଯୋଗାଣ ବନ୍ଦ ନିଷ୍ପତି ନେଇ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏ ବିଷୟରେ ଉଚ୍ଚ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ମହାବିଦ୍ୟାଳୟ ନ୍ୟାକ୍ ମାନ୍ୟତାସ୍ୱୟଂଶାସନ ମାନ୍ୟତା ବଜାୟ ରହିବା ପାଇଁ ଯଥାଶିଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଗଲା । ଅଧିକନ୍ତୁ ମହାବିଦ୍ୟାଳୟର ନିଜସ୍ୱ ଜମିକୁ ମାପଚୁପ କରାଯାଇ ତା’ର ସୀମା ନିର୍ଧାରଣ ସହ ପାଚେରୀ କିମ୍ବା ତାର ବାଡ ମାଧ୍ୟମରେ ସୁରକ୍ଷା କରାଯିବାକୁ ନିଷ୍ପତି ନିଆଯାଇଥିଲା ।      

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close