ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ହୃଷିକେଶ ରାଉତଙ୍କ ପତ୍ନୀ ପ୍ରଭାସ ନଳିନୀଙ୍କ ପରଲୋକ

ବ୍ୟାସନଗର,୧୭/୬(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ, ସରକାରୀ ଓକିଲ (ଜି.ପି), ବିଶିଷ୍ଟ ଶ୍ରମିକ ନେତା ହୃଷିକେଶ ରାଉତଙ୍କ ପତ୍ନୀ ପ୍ରଭାସ ନଳିନୀଙ୍କ ଗତ କାଲି ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ମେରୁଦଣ୍ଡ ସ୍ନାୟବିକ ଜନିତ ଜଟିଳତାରେ ପିଡ଼ୀତ ଥିଲେ । ୩-୪ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ପ୍ରାୟ ୦୨ ବର୍ଷ ହେଲା ସେ ‘ହୁଇଲ ଚେୟାର’ ସପୋର୍ଟରେ ଥିଲେ । ୰ ରାଉତଙ୍କ ଗତ ୧୮/୦୫/୨୦୨୧ରେ ବ୍ରେନ ଷ୍ଟ୍ରୋକ୍‌ରେ ପରଲୋକ ଘଟିଥିବା ବେଳେ ମାସେ ନ ପୁରୁଣୁ ତାଙ୍କ ସହଧର୍ମୀଣିଙ୍କ ଦେହାନ୍ତ ହେବା ଘଟଣା ସମଗ୍ର ପୈାରାଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ‘କୋଭିଡ଼’ ଭଳି ପରିସ୍ଥିତିରେ ଏପରି ଘଟଣାମାନ ମାନବ ସମାଜକୁ ବ୍ୟଥିତ କରିବା ସହିତ ଚିନ୍ତା ବଢ଼ାଇ ଦେଇଛି! ୰ ପ୍ରଭାସ ନଳିନୀ ତାଙ୍କ ସ୍ୱାମୀଙ୍କ କ୍ରିୟା କର୍ମ ଶେଷ ପରେ ତାଙ୍କ ବଡ ଝିଅଙ୍କ କଟକ ସ୍ଥିତ ଘରେ ରହୁଥିଲେ । ହେଲେ ଗତ କାଲି ତାଙ୍କର ଦେହାନ୍ତ ହୋଇଯାଇଛି । ଏଭଳି ଦୁଃଖଦ ପରିସ୍ଥିତିରେ ତାଙ୍କର ୦୨ ଝିଅ ମଧୂମିତା ଓ ମଧୂସ୍ମିତା (ଝିଲ୍ଲୀ ଓ ସିଲ୍ଲୀ)ଙ୍କୁ ଇଶ୍ୱର ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ବିଭିନ୍ନ ବ୍ୟକ୍ତି ତାଙ୍କ ଶୋକରେ କହିଛନ୍ତି । ପ୍ରଭାସ ନଳିନୀଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ, ସମାଜସେବୀ ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ସମାଜସେବୀ ରାମଚନ୍ଦ୍ର ବାରିକ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସାମ୍ବାଦିକ କୈଳାସ ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ତାଙ୍କ ପୁତୁରା ସୁରେଶ କୁମାର ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍‌ଗତି ସହ ଶୋକ ସନ୍ତପ୍ତ ପରିବାରକୁ ପ୍ରଭୂ ଜଗନ୍ନାଥ ଧୈଯ୍ୟ ଓ ସାହାସ ପ୍ରଦାନ କରିବାକୁ ସେମାନେ ପ୍ରାର୍ଥନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close