ରଟିଣା ଗ୍ରାମରେ ରଜବତୀଙ୍କ ପୂଜା ନିରାଡ଼ମ୍ବର ଭାବରେ ପାଳିତ

ଖଇରା ; ୧୬/୦୬ ( ବ୍ୟୁରୋ) : ଖଇରା ବ୍ଲକ ରଟିଣା ଗ୍ରାମ ପଞ୍ଚାୟତରେ ପାଳିତ ହୋଇ ଯାଇଛି ରଜବତୀଙ୍କ ପୂଜାର୍ଚ୍ଚନା। କୋଭିଡ କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ପୂଜା । ଯଥାବିଧି ଅନୁସାରେ ମାଲକ୍ଷ୍ମୀ , ମା ସରସ୍ଵତୀ, ମହେଶ୍ବର, ନାରାୟଣଙ୍କର ପୂଜା କରାଯାଇଥିଲା। ରଜ ଓଡିଶାର ଏକ ପାରମ୍ପାରିକ ଓ ଗଣପର୍ବ। ଏହା ତିନି ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ହୋଇଥାଏ। ଏହି ତିନି ଦିନ ରଜରେ ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଦିନ ମିଥୁନ ମାସ ଆରମ୍ଭ ହୋଇଥାଏ। ଅର୍ଥାତ ଆଷାଢ ମାସ (ବର୍ଷା ଋତୁ) ଆରମ୍ଭ । ଏହା ଚାଷ କାର୍ଯ୍ଯର ଆରମ୍ଭକୁ ସୂଚାଇଥାଏ। ରଜ ସଂକ୍ରାନ୍ତିରେ ଘରେ ଏବଂ ବିଭିନ୍ନ ଦେବାଳୟରେ ରୀତି ନୀତି ଅନୁଯାୟୀ ପୂଜା କରାଯାଇଥାଏ। ପୂଜା କାର୍ଯ୍ୟରେ ରଞ୍ଜନ କୁମାର ସାହୁ,ପ୍ରଦୀପକୁମାର ,ରବିନାରାୟଣ, ଅକ୍ଷୟ,ହେମନ୍ତ,ରଘୁନାଥ,ଗୋବିନ୍ଦା,ଜଗନ୍ନାଥ ସହଯୋଗ କରିଥିଲେ। ଏଥି ସହ ପୂଜକ ସୁଧାକର ନନା ,ଵିଷ୍ଣୁ ନାନା ରୀତିନୀତିରେ ପୂଜା ସମ୍ପନ୍ନ କରିବା ସହ ଗୋପୀନାଥ ପାଢ଼ୀ ଅନ୍ୟାନ୍ୟ ପରିଚାଳନା ଦାୟିତ୍ୱ ନିଭାଇଥିଲେ । ସମାଜସେବୀ ବାବୁଲି ପାଢ଼ୀ ପୂଜାକାର୍ଯ୍ୟରେ ଯୋଗ ଦେବା ସହ କୋଭିଡ କଟକଣା ମାନି ସହଯୋଗ କରିଥିବା ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close