ଯାଜପୁର ଉପ-ଜିଲ୍ଲାପାଳ ଭାବେ ଯୋଗଦେଲେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର

ଯାଜପୁର, ୧୧/୬ : ଯାଜପୁରର ନୂତନ ଉପ-ଜିଲ୍ଲାପାଳ ଭାବେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଯୋଗଦେଇଛନ୍ତି । ଜିଲ୍ଲାପାଳ ଚକ୍ରୱତି ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଉପଜିଲ୍ଲାପଳ ଜ୍ୟୋତି ଶଙ୍କର ମହାପାତ୍ର ଓ ନୂତନ ଉପ-ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ବିଦାୟ ଓ ସ୍ୱାଗତ କରାଯାଇଥିଲା । ପୂର୍ବତନ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କର ପୁରୀ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଭାବେ ବଦଳି ହୋଇଛି । ନୂତନ ଉପ-ଜିଲ୍ଲାପାଳ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ ବ୍ୟାସନଗର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଏହି ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ମିହିର ପ୍ରସାଦ ମହାନ୍ତି ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close