ଦେଭ ଇଣ୍ଟର ନେସନାଲ ସ୍କୁଲରେ ଫନ ଫେଟେ ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର; ୧୮/୧୨(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେଭ ଇଣ୍ଟର ନେସନାଲ ସ୍କୁଲରେ ଫନ ଫେଟେ ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ସକାଳ ୮ଘଟିକାରୁ ଏହି କର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଉପେନ୍ଦ୍ର ନାଥ ସ୍ଵାଇଁ ଓ ସମ୍ନାନିତ ଅତିଥି ଭାବେ ଅଧ୍ୟାପିକା ଡ଼ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଉଦଘାଟିତ କରିଥିଲେ। ଏହି ଦିବସରେ ଚତୁର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପିଲାଙ୍କ ଦ୍ୱାରା ପାଖାପାଖି ୮୦ଟି ଫୁଡ଼ ଷ୍ଟଲ କରାଯାଇଥିଲା।ଏହି ଷ୍ଟଲରେ ଅନେକ ପ୍ରକାରର ସ୍ୱାଦିଷ୍ଟ ଭୋଜନ ଯେପରିକି ଦହିବରା ,ପାମ୍ପଡି,ମଂଚୁରିଆନ,ବିରୀୟାନି,ଜୁଶ,ଚୋକଲେଟ, ଆଇସକ୍ରିମ, ଦୋଷା, ପୁରୀ ଘୁଗୁନି, ଝାଲ ମୁଢି, ଭେଲପୁରୀ,ଗୋଲଗପେ, ସାଉଥ ଇଣ୍ଡିଆନ ଫୁଡ଼ ଆଦି ସହ ଅନେକ ପ୍ରକାରର ଖେଳର ବି ଭରପୁର ମଜା ନେଇଥିଲେ। ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ମଜା ନେଇଥିଲେ।ଏଥି ସହ ହୋଇଯାଇଥିବା କ୍ରୀଡା ପ୍ରତିଯୋଗୀତା ରେ ପ୍ରଥମ,ଦ୍ଵିତୀୟ, ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ମେଡାଲ ସହ ପୁରସ୍କୃତ କରାଯାଇଥିଲା।ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ସମସ୍ତ ଦାଇତ୍ଵକୁ ଆପଣାଇ ସୁଚାରୁ ରୁପେ ସମ୍ପାଦନ କରିଥିଲେ।ବିଦ୍ୟାଧର ପରିଡା,ତୁଷାରକାନ୍ତ ଶତପଥୀ, ସତ୍ୟନାରାୟଣ ପଣ୍ଡା,ଉଦୟ କୁମାର ଓଝା,ଦୀପକ ରଞ୍ଜନ ପାଣିଗ୍ରାହୀ, ବିଶ୍ୱଜିତ ପଣ୍ଡା,ସହଦେଵ ପଣ୍ଡା ,ମଦନ ମୋହନ ମଲ୍ଲିକ,ସୌମ୍ୟ ରଞ୍ଜନ, ବିଶ୍ୱରଞ୍ଜନ ଦିବେଦୀ ,ଶ୍ରୀମନ୍ତ କୁମାର ରାୟ ,ଖେଳ ଶିକ୍ଷିକା ସୁଚିତ୍ରା ମନ୍ତ୍ରୀ ,ଫୁଲ ବିଶ୍ୱାଳ ପ୍ରମୁଖ ଏହି କର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close