ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଜିଲ୍ଳ୍‌ା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଅନ୍‌ଲାଇନ୍ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ


ଯାଜପୁର,୦୪/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ଗତକାଲି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ନୋଡାଲ ବିଭାଗ ପ୍ରୋତ୍ସାହନ, ଜିଲ୍ଳ୍‌ା ପ୍ରଶାସନ ଏବଂ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଅନ୍‌ଲାଇନ୍ ସୂଚନା ଅଧିକାର ଅଧିନିୟମ ୨୦୦୫, ୪(୧)(ଖ) ପ୍ରଶିକ୍ଷଣ କର୍ମଶାଳା ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପୈାରହିତ୍ୟରେ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ମୁଖ୍ୟ ଅତିଥି ଭାବେ ଡେପୁଟୀ କଲେକ୍ଟର ତଥା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀ ରଶ୍ମି ରଂଜନ ମଲ୍ଳିକ, ସମ୍ମାନିତ ଅତିଥି ଭାବେ ଜିଲ୍ଳ୍‌ା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଳ୍‌ା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ସଂଯୁକ୍ତା ଘଡାଇ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମା’ ବିରଜାଙ୍କ ପଂଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ପରେ ଡାକବାଜୀ ଯନ୍ତ୍ର ଦ୍ୱାରା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରଦତ ଆଂଚଳିକ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ନିକ୍ଷେପକ ଶାନ୍ତନୁ କୁମାର ସାହୁ ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହା ପରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟ ତରପଂରୁ ସୂଚନା ଅଧିକାର ଅଧିନିୟମ-୨୦୦୫ ବିଷୟ ବିଷାରଦ ହର୍ଷ ପରିଚ୍ଚ୍ଥା (ଲୁମିନସ୍ ଇନ୍‌ପୋଂସେଜ)ଙ୍କ ଦ୍ୱାରା ବିସ୍ତୃତ ଭାବେ ଅନ୍‌ଲାଇନ୍ ପ୍ଳାଟ୍‌ପଂର୍ମରେ ୪(୧)(ଖ) ନିଧାର୍ଯ୍ୟ ପ୍ରତ୍ୟେକ କାର୍ଯ୍ୟାଳୟର ୧୭ ଗୋଟି (ସୋ ମୋଟୋ) ସୂଚନା ଆର୍‌ଟିଆଇ ପୋର୍ଟାଲରେ ପ୍ରଦର୍ଶନ ନିମନ୍ତେ ପ୍ରଥମ ଆପିଲେଟ ଅଥରିଟି ଓ ପିଆଇଓ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରେ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ମାନଙ୍କର ସୂଚନା ଅପ୍‌ଲୋଡ କରିବା ସମସ୍ୟା ର ସରଳ ସମାଧାନ ଉପରେ ପରିଚ୍ଚ୍ଥା ତାଲିମ ଦେଇଥିଲେ । ଏହି କର୍ମଶାଳାର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସଂଚାଳନ କରିଥିବା ବେଳେ କାର୍ଯ୍ୟାଳୟ ବରିଷ୍ଠ ରାଜସ୍ୱ ସହାୟକ ନିତ୍ୟାନନ୍ଦ ନାୟକ, କନିଷ୍ଠ ଭଣ୍ଡାର ରକ୍ଷକ ସତ୍ୟଜିତ୍ ନାୟକ ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । କର୍ମଶାଳାରେ ଜିଲ୍ଳ୍‌ାର ବିଭିନ୍ନ ବିଭାଗର ପ୍ରଥମ ଆପିଲେଟ ଅଥରିଟି ଓ ପି.ଆଇ.ଓ. ମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close